fbpx
BSKY
BJD MC SKY
BJD YOUTH SKY

ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ଅବଧି

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ରାଜ୍ୟ ସରକାର ସମୟସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଡିସେମ୍ବର ମାସ ୩୧ ତାରିଖ ଆବେଦନ ପାଇଁ ଶେଷ ତାରିଖ ଥିଲା । ଏବେ ଏହା ୨୦୨୧ ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ଘୋଷଣାନାମା ପ୍ରକାଶ ପାଇଛି ।

ଏହି ବର୍ଦ୍ଧିତ ସମୟ ମଧ୍ୟରେ ଲର୍ଣ୍ଣର ଲାଇସେନ୍ସଧାରୀମାନେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରିପାରିବେ । କରୋନା ପାଇଁ ଡିଏଲ, ପିଟନେସ, ପଞ୍ଜୀକରଣ ପ୍ରମାଣପତ୍ରର ବୈଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଥିଲେ ।

Get real time updates directly on you device, subscribe now.