fbpx

Big Breaking: ରେଳ ଧାରଣାରେ ୨ ଯୁବକଙ୍କ ମୃତଦେହ, ଦୁର୍ଘଟଣା ନା ଆତ୍ମହତ୍ୟା ଅସ୍ପଷ୍ଟ

AAKASH

କୋରାପୁଟ: ରେଳ ଧାରଣାରେ ୨ ଯୁବକଙ୍କର ମୃତଦେହ ପଡିବା ଖବର ସାମ୍ନାକୁ ଆସିଛି । ମୃତଦେହ ଜର୍ଟି ରେଳ ଷ୍ଟେସନ ନିକଟରେ ଟ୍ରାକରେ ପଡିଛି । ଟ୍ରେନରୁ ଖସି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି, ତାହା ଅସ୍ପଷ୍ଟ ରହିଛି । ଏହାବ୍ୟତୀତ ଉଭୟଙ୍କ ପରିଚୟ ମିଳିନି । ଜିଆରପି ଘଟଣାସ୍ଥଳରେ ପହଁଚିଛି । ଦୁଇ ଜଣଙ୍କ ମୃତଦେହ ରେଳଧାରଣାରେ ଖଣ୍ଡ ବିଖଣ୍ଡିତ ଭାବେ ପଡିଛି ।

ଆଜି ସକାଳେ ବୈଶାଳୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଉତ୍ତରପ୍ରଦେଶର ଇଟାୱା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଏହି ଦୁଃର୍ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ବେଳେ ୧୯ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରୁ ସହରସା ଯାଉଥିବା ସମୟରେ ହଠାତ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନର ଏସ-୬ କୋଚ ସମେତ ଅନ୍ୟ ଏକ ବଗିରେ ମଧ୍ୟ ନିଆଁ ଲାଗିଥିଲା । ଏହି ନିଆଁ ଲାଗିଥିବା କାରଣରୁ ଚଳନ୍ତା ଟ୍ରେନରୁ କିଛି ଯାତ୍ରୀ ତଳକୁ ଡେଇଁପଡିଛନ୍ତି।

Get real time updates directly on you device, subscribe now.