fbpx
BSKY
BJD YOUTH SKY
BJD MS SKY

(video)ଏକ ପ୍ରସିଦ୍ଧ ବେକେରୀର ପାଉଁରୁଟିରୁ ମିଳିଲା ଝିଟିପିଟି, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ:ଆଜିର ବ୍ୟସ୍ତ ବହୁଳ ଜୀବନରେ ସର୍ବଦା ଘରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ସମ୍ଭବ ହୋଇପାରୁ ନାହିଁ । ତେଣୁ ଆମେ ପ୍ରାୟ ସମୟ ବାହାରୁ କିଛି କିଣି ଖାଇଦେଇଥାଉ । ବାହାର ଖାଦ୍ୟ ମଧ୍ୟରେ ପାଉଁରୁଟି ପ୍ରାୟ ଅଧିକାଂଶ ଲୋକ ଖାଇଥାନ୍ତି । ଆଜିକାଲି ପ୍ରାୟତଃ ବଜାରରେ ପିଲାମାନେ ବଡାପାଓ କିଣି ଖାଉଥିବାର ଦେଖିିବାକୁ ମିଳିଥାଏ । କିନ୍ତୁ ଆପଣ ଚିନ୍ତା କରନ୍ତୁ ତ ଯଦି ଆପଣ ଏହି ପାଉଁରୁଟି ଖାଉଥିବା ସମୟରେ ଏଥିମଧ୍ୟରୁ ଏକ ମଲା ଝିଟିପିଟି ବାହାରିବ ତେବେ ? ଏବେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଥାଣେର ହିନ୍ଦୁସ୍ତାନୀ ହୋଟେଲ ନିକଟରେ ଥିବା କୋହିନୂର ମିଠା ଦୋକାନରୁ ମହମ୍ମଦ ୱାସିମ ନାମକ ଜଣେ ବ୍ୟକ୍ତି ୮ଟି ପାଉଁରୁଟି ଖାଇବା ପାଇଁ କିଣିଥିଲେ । କିନ୍ତୁ ସେ ଯେତେବେଳେ ଘରେ ପହଞ୍ଚି ପାଉଁରୁଟି ପ୍ୟାକେଟ୍ ଖୋଲି ଖାଇବାକୁ ଆରମ୍ଭ କରିଥିଲେ ସେତେବେଳେ ସେ ସେଥିରେ ଏକ ମଲା ଝିଟିପିଟି ଥିବାର ଦେଖିଥିଲେ । ଏହାପରେ ସେ ତୁରନ୍ତ ଏହାର ଭିଡିଓ କରିନେଇଥିଲେ ଓ ଏହାକୁ ସୋସିଆଲ ମିଡିଆରେ ସେୟାର କରି ଲୋକଙ୍କୁ ସାବଧାନ ରହିବାକୁ ସୂଚାଇ ଦେଇଥିଲେ ।

ତେବେ ସେ ଏହାକୁ ନେଇ ଦୋକାନ ମାଲିକ ପାଖରେ ପହଞ୍ଚିଥିଲେ । କିନ୍ତୁ ଦୋକାନ ମାଲିକ କେଉଁଆଡେ ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କୁ ଫୋନ୍ କରି ଏହା କହିଥିଲେ । ଦୋକାନ ମାଲିକ କହିଥିଲେ ଆମେ ନ୍ୟାସନାଲ ବେକେରୀରୁ ପାଉଁରୁଟି ଆଣୁଛୁ ତେଣୁ ଆମର ଏଥିରେ କିଛି ଦୋଷ ନାହିଁ ।

Get real time updates directly on you device, subscribe now.