fbpx

କ୍ୟାନ୍ସରର ରହିଛି ଏହି ୮ଟି ସାଧାରଣ ଲକ୍ଷଣ, ଅଣଦେଖା କରିବା ପଡିବ ମହଙ୍ଗା

ବର୍ତ୍ତମାନ ସମୟର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନିୟମିତ ଖାଦ୍ୟଶୌଳୀ କାରଣରୁ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏହି ରୋଗ ମଧ୍ୟରେ କ୍ୟାନ୍ସର ପରି ଏକ ମାରାତ୍ମକ ରୋଗ ମଧ୍ୟ ସାମିଲ ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସାରା ବିଶ୍ୱରେ କର୍କଟ ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ । ଯାହା ୨୦୧୮ ରେ ଆନୁମାନିକ ୯୬ ଲକ୍ଷ ଲୋକଙ୍କ ଜୀବନ ନେଇଛି । ତେବେ ଏହି ପରିପେକ୍ଷୀରେ ଗ୍ଲୋବାଲ ହେଲଥ ଏଜେନ୍ସି କହିଛି ଯେ ପୁରୁଷମାନଙ୍କଠାରେ ଫୁସଫୁସ, ପ୍ରୋଷ୍ଟେଟ, କଲୋରେକ୍ଟାଲ, ପେଟ ଏବଂ ଯକୃତ କର୍କଟ ସବୁଠାରୁ ସାଧାରଣ ପ୍ରକାରର କର୍କଟ ଅଟେ। ସେହିପରି ମହିଳାମାନଙ୍କ ଠାରେ ସ୍ତନ, କଲୋରେକ୍ଟାଲ୍,ଫୁସଫୁସ, ଗର୍ଭାଶୟ ଏବଂ ଥାଇରଏଡ୍ କର୍କଟ ସବୁଠାରୁ ସାଧାରଣ ବୋଲି ବେଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ରୋଗର ୮ଟି ସାଧାରଣ ଲକ୍ଷଣ ରହିଛି । ଯାହାକି ଏହି କ୍ୟାନ୍ସରକୁ ବଢିବାରେ ସାହାର୍ଯ୍ୟ କରେ । ତେଣୁ ଏହିସବୁ ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହିସବୁ ଲକ୍ଷଣ ବିଷୟରେ….

କ୍ୟାନ୍ସରର ସାଧାରଣ ଲକ୍ଷଣ

୧.ଆପଣଙ୍କୁ ବିଭିନ୍ନ କାରଣରୁ କାଶ ହୋଇପାରେ । କିନ୍ତୁ ଏକ ଭାଇରାଲ୍ ସଂକ୍ରମଣ, ଆଜମା, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗ (COPD) ଏବଂ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ (GERD) ମଧ୍ୟ କ୍ରମାଗତ କାଶର କାରଣ ହୋଇପାରେ ।ତେବେ କିଛି ସମୟରେ ଏହି ତୀବ୍ର ଏବଂ କ୍ରମାଗତ କାଶ ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ଏହି ସମୟରେ, କ୍ରମାଗତ ଭାବରେ ଗଳା ସଫା କରିବାର ଆବଶ୍ୟକ । ତେଣୁ ଏହିପରି କାଶ ହେଉଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ନଚେତ୍ ଏହା ପରବର୍ତ୍ତି ମୟରେ ଆପଣଙ୍କୁ ବିପଦରେ ପକାଇପାରେ ।

୨.ଜାତୀୟ ସ୍ୱାସ୍ଥ୍ୟ ସେବା ଅନୁଯାୟୀ, ଅନ୍ତନଳୀ କର୍କଟ ରୋଗରେ ପୀଡିତ ବ୍ୟକ୍ତିଙ୍କର ଅନେକ ଲକ୍ଷଣ ଦେଖାଯାଏ। ଯେଉଁଥିରେ ଅନ୍ତନଳୀରେ ବାରମ୍ବାର ପରିବର୍ତ୍ତନ ହୋଇଥାଏ । ଯାହାଫଳରେ ଏଥିରେ, ବାରମ୍ବାର ଶୌଚାଳୟକୁ ସହିତ ରୋଗୀର ମଳରେ ରକ୍ତ ମଧ୍ୟ ପଡିଥାଏ । ତେଣୁ ଏପରି ସମସ୍ୟା ଥିଲେ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୩.କଳାଜାଇର ଆକାର ଏବଂ ରଙ୍ଗର ପରିବର୍ତ୍ତନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ଏହା ମେଲାନୋମାର ଏକ ସଙ୍କେତ ହୋଇପାରେ, ଯାହା ଚର୍ମ କର୍କଟର ସବୁଠାରୁ ଗମ୍ଭୀର ପ୍ରକାର ଭାବରେ ବିବେଚନା କରାଯାଏ । ତେଣୁ ଶରୀରରେ ଏପରି କିଛି ଦେଖାଦେଲେ ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ।

୪.ଯେତେବେଳେ ଜଣେ ବ୍ୟକ୍ତି ଖାଦ୍ୟ ଗିଳିବାରେ ଅସମର୍ଥ ହୁଅନ୍ତି ସେତେବେଳେ ସେ ଡିସଫାଗିଆରେ ପୀଡିତ ହୋଇପାରନ୍ତି । ଏହି ଅବସ୍ଥା କର୍କଟ ରୋଗୀଙ୍କ ସହିତ ଘଟେ ଯେଉଁମାନଙ୍କ ବେକରେ ଟ୍ୟୁମର ବଢିଥାଏ । । ଫଳରେ ଖାଦ୍ୟ ଏଷୋଫାଗସ୍ କୁ ସଂକୀର୍ଣ୍ଣ କରିପାରେ, ଯାହା ଖାଦ୍ୟ ଗିଳିବାରେ ଅସୁବିଧା ସୃଷ୍ଟି କରିପାରେ ।

୫.NHS କହିଛି ଯେ ମୂତ୍ରରେ ରକ୍ତ ବ୍ଲାଡର କର୍କଟ ରୋଗର ସବୁଠାରୁ ସାଧାରଣ ଲକ୍ଷଣ ହୋଇପାରେ। ଏହି ଅବସ୍ଥାକୁ ମେଡିକାଲରେ ହେମାଟୁରିଆ କୁହାଯାଏ ଏବଂ ସାଧାରଣତ ଯନ୍ତ୍ରଣାହୀନ ହୋଇଥାଏ । ତେବେ ପ୍ରୋଷ୍ଟେଟ କର୍କଟରେ ପୀଡିତ କିଛି ପୁରୁଷଙ୍କ ମୂତ୍ରରେ ରକ୍ତ ମଧ୍ୟ ଦେଖାଯାଏ । କାରଣ ପ୍ରୋଷ୍ଟେଟରୁ ରକ୍ତସ୍ରାବ ହେତୁ ଏହା ହୋଇଥାଏ । ତେଣୁ ଏପରି କିଛି ସମସ୍ୟା ହେଉଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

Get real time updates directly on you device, subscribe now.