fbpx

ଶାକାହାରୀ କୁମ୍ଭିର ବାବିୟାର ମୃତ୍ୟୁ: ସମ୍ମାନର ସହ ହେଲା ଶେଷ କୃତ୍ୟ

Advertisement

କେରଳର ପଦ୍ମନାଭସ୍ୱାମୀ ମନ୍ଦିର ହ୍ରଦରେ ରହୁଥିବା କୁମ୍ଭିର ବାବିୟାର ମୃତ୍ୟୁ ହୋଇଛି । କୁହାଯାଏ ଏହି କୁମ୍ଭୀର କୌଣସି ସାଧାରଣ କୁମ୍ଭୀର ନଥିଲା । କାରଣ ଅହି କୁମ୍ଭିର ତାର ସ୍ୱଭାବରୁ ବାହାରେ ଥିଲା । ଅର୍ଥାତ ଅନ୍ୟ କୁମ୍ଭିରଙ୍କ ପରି ଏ ମାଂସ ଖାଉନଥିଲା, ସମ୍ପୂର୍ଣ୍ଣ ଶାକାହାରି ଥିଲା ବାବିୟା । ଯାହାର ବୟସ ୭୫ ବର୍ଷଥିଲା । ଏହି ସାକାହାରୀ କୁମ୍ଭୀରର ଏଭଳି ମୃତ୍ୟୁରେ ସ୍ଥାନୀୟ ଲୋକଙ୍କ ସହ ଭକ୍ତଙ୍କ ମଧ୍ୟରେ ଏକ ଅଦ୍ଭୁତ ଶୋକର ଛାୟା ଖେଳିଯାଇଛି । ସବୁଦିନ ପାଇଁ ଆଖିବୁଜି ଦେଇଛି ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ବାବିୟା ।
ତେବେ ଏହି ଶାକାହାରୀ କୁମ୍ଭିର କେବଳ କେବଳ ଭଗବାନଙ୍କ ପ୍ରସାଦ ଖାଇ ବଞ୍ଚିଥିଲା । ସେ ୭୫ ବର୍ଷ ଭିତରେ ନାଁ କେବେ ମାଂସ ଖାଇଛି ନାଁ କେବେ ପୋଖରୀରେ ଥିବା ମାଛ ଉପରେ ଆକ୍ରମଣ କରିଛି । ଆଜି ପର୍ଯ୍ୟନ୍ତ ଏହି କୁମ୍ଭୀର କାହାର କୌଣସି କ୍ଷତି ମଧ୍ୟ କରିନଥିବା ଜଣା ପଡିଛି । କେରଳର ଶ୍ରୀଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିର ନିକଟରେ ଥିବା ଏକ ପୋଖରୀରେ ରହୁଥିଲା ବାବିୟା । ତେବେ କୁମ୍ଭୀରଟି ଏହି ମନ୍ଦିରର ମୁଖ୍ୟ ଆକର୍ଷଣ ସାଜିଥିଲା । ଯେତେବେଳେ ପୂଜାରୀ ବାବିୟାକୁ ଖାଇବାକୁ ଡାକୁଥିଲେ ସେତେବେଳେ କୂଳରେ ପହଞ୍ଚି ଯାଉଥିଲା । ଏତିସହିତ ସେ ପ୍ରତ୍ୟେକ ଦିନ ୨ ଥର ସେ ଭଗବାନଙ୍କ ପ୍ରସାଦ ଖାଉଥିଲା । ସେହିପରି ଶ୍ରଦ୍ଧାଳୁମାନେ ଏହି ମନ୍ଦିରରେ ଉଭୟ ଭଗବାନଙ୍କ ସହ ତାର ପୂଜା କରନ୍ତି ।

କିଛି ଦିନରୁ ବାବିୟା ଅସୁସ୍ଥ ଥିବା ନେଇ କୁହାଯାଉଥିବା ବେଳେ ପଶୁ ଚିକିତ୍ସିକ ବାବିୟାର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ । କିନ୍ତୁ ଗତ ୨ ଦିନ ହେବ ବାବିୟାକୁ ଖାଇବାକୁ ଡକାଯାଉଥିଲେ ମଧ୍ୟ କୂଳକୁ ଖାଇବାକୁ ଆସୁନଥିଲା । ଯାହାଫଳରେ ତାର ମ୍ୟୃୁ ହୋଇଥିବା ଅନୁମାନ କରାଯାଉଥିଲା ।
ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ, ଏହି ଦିବ୍ୟ କୁମ୍ଭୀର ଅଧିକାଂଶ ସମୟ ମନ୍ଦିରର ପୋଖରୀ ଭିତରେ ରହୁଥିବା ବେଳେ ଦ୍ୱିପ୍ରହରରେ ବାହାରକୁ ବାହାରୁଥିଲା । ଲୋକ ମାନ୍ୟତା ଅନୁଯାୟୀ, ବାବିୟା ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରର ସୁରକ୍ଷା କରୁଥିଲା ଏବଂ ଭଗବାନ ବିଷ୍ଣୁଙ୍କ ପାଇଁ ସେ ସତେ ଯେପରି ସମର୍ପିତ ଥିଲା । ଏହି ଦିବ୍ୟ କୁମ୍ଭୀର ବାବିୟାକୁ ପୂଜା କରିଲେ ଶୁଭ ଖବର ମିଳିଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି ।

ଶେଷରେ ତା’ର ଶବ ପୋଖରୀରେ ଭାସୁଥିବା ମନ୍ଦିର କର୍ମକର୍ତ୍ତାମାନେ ଦେଖିବାକୁ ପାଇଥିଲେ । ଏହି ଖବରଟି ସାଙ୍ଗେ ସାଙ୍ଗେ ଚାରିଆଡେ ପ୍ରସାରିତ ହୋଇଯାଇଥିଲା, ଆଉ ତା ପରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ତେବେ ଶାକାହାରୀ କୁମ୍ଭୀର ବାବିୟାର ଶେଷ ଦର୍ଶନ କରି ତା’ ପ୍ରତି ସମ୍ମାନ ଜଣାଇଥିଲେ । ବାବିୟା ମୃତ୍ୟୁ ପରେ ମନ୍ଦିର ପରିସର ମଧ୍ୟରେ ହିଁ ତାହାର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ମନ୍ଦିରରେ ରହିଥିବା ଏହି ଦିବ୍ୟ କୁମ୍ଭୀର ବାବିୟାକୁ ଜଣେ ସାଧୁ ସନ୍ଥର ମାନ୍ୟତା ରୂପକ ସ୍ୱତନ୍ତ୍ର ବିଦାୟ ଦିଆଯାଇଥିବା କୁହାଯାଉଛି । ହଜାର ହଜାର ଲୋକଙ୍କ ଗହଣରେ ମନ୍ଦିର କର୍ତ୍ତୁପକ୍ଷ ବାବିୟାର ସସମ୍ମାନର ସହ ଅନ୍ତିମ ସଂସ୍କାର କରିଛନ୍ତି ।

Get real time updates directly on you device, subscribe now.