fbpx

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ସଂକଳ୍ପ ପାରିତ, ଜୀବିକା ସୁରକ୍ଷା ପାଇଁ ୧୭ହଜାର କୋଟି

ଭୁବନେଶ୍ୱର, ୨୯ା୫(ଓଡ଼ିଶାଭାସ୍କର): କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ସଂକଳ୍ପ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକରେ ସଂଙ୍କଳ୍ପ ପାରିତ ହୋଇଛି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ପ୍ରଶଂସା କରିଛନ୍ତି । କୋଭିଡ଼ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ଜୀବିକା ଖସଡ଼ାକୁ ଅନୁମୋଦନ ମିଳିଛି । ଗ୍ରାମାଞ୍ଚଳରେ ଜୀବିକା ସୁରକ୍ଷା ପାଇଁ ୧୭ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ୨୦୨୦ ଜୁନରୁ ୨୦୨୧ ମାର୍ଚ୍ଚ ଭିତରେ ଏହି ଅର୍ଥ ଖର୍ଚ୍ଚ ହେବ ।
ଏହି ସଙ୍କଳ୍ପ ଆଣିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଚାଷ ପାଇଁ ୨୦୦କୋଟି ଟଙ୍କାର ସହାୟତା ମିଳିବ ।୨୪.୫୬ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ୫ଲକ୍ଷ ପରିବା ଚାଷୀଙ୍କୁ ମଞ୍ଜି ଯୋଗାଇ ଦିଆଯିବ । ଜୀବିକାକୁ ଟ୍ରାକକୁ ଆଣିବାକୁ ମନ୍ତ୍ରୀ ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । କୃଷି, ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ୩୭୩.୭୦କୋଟି ଟଙ୍କା ଦିଆଯିବ । ୪ହଜାର ପାନ ଚାଷୀଙ୍କୁ ୧୬କୋଟିର ସହାୟତା ମିଳିବ ।

Get real time updates directly on you device, subscribe now.