fbpx

‘ଶବଗୃହରେ’ ରହୁଥିଲା ସୈତାନ ବ୍ୟକ୍ତି; ୧୦୧ ଶବ ସହିତ ରଖଥିଲା ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ଦେହର ଭୋକ ମେଣ୍ଟାଇବାକୁ ଶବଗୃହରେ ଥିବା ଶବ ସହିତ ରଖିଲେ ଶାରୀରିକ ସମ୍ପର୍କ। କେବଳ ଏତିକି ନୁହେଁ ସେମାନଙ୍କ ସହ ସମ୍ପର୍କ ଥିବାବେଳେ ମୃତ ଦେହର ଫୋଟୋ ଏବଂ ସୁଟିଂ କରୁଥିଲେ। ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ୧୦୦ ରୁ ଅଧିକ ମୃତଦେହକୁ ବଳାତ୍କାର କରିଥିଲେ। ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ବ୍ରିଟେନର ଏକ ଡାକ୍ତରଖାନାରେ। ବ୍ୟକ୍ତି ଜଣକ ସେହି ଡାକ୍ତରଖାନାରେ ଇଲେକ୍ଟ୍ରିକ ବିଭାଗରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ନାମ ଡେଭିଡ ଫୁଲର।

ଦୁଇ ଯୁବତୀଙ୍କ ହତ୍ୟା ଏବଂ ଯୌନ ନିର୍ଯ୍ୟାତନା ମାମଲାରେ ୬୮ ବର୍ଷିୟ ଡେଭିଡ ଫୁଲର ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଗତ ବର୍ଷ ନଭେମ୍ବରରେ ସେ ଆହୁରି ୨୩ ଜଣ ମହିଳାଙ୍କ ଶରୀରକୁ ଯୌନ ଶୋଷଣ କରିଥିବା ସେ ସ୍ୱୀକାର କରିଥିଲେ। ସେ ସ୍ୱୀକାର କରିଛନ୍ତି ଯେ ୧୩ ବର୍ଷ ମଧ୍ୟରେ ସେ ଏହି ଭୁଲ୍ କରିଛନ୍ତି। ଏହି ମାମଲାରେ ତାଙ୍କୁ ଚାରି ବର୍ଷ ଦଣ୍ଡିତ କରାଯାଇଛି। ଏହାପୂର୍ବରୁ ତାଙ୍କୁ ୭୮ ମୃତଦେହ ସହ ଯୌନ ନିର‌୍ୟାତନା ଅଭିଯୋଗରେ ତାଙ୍କୁ ୧୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

୨୦୨୦ ମସିହାରେ, ଯେତେବେଳେ ୩୦ ବର୍ଷରୁ ଅଧିକ ସମୟ ଧରି ସମାଧାନ ହୋଇନଥିବା ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା, ସେତେବେଳେ ସେ ଯାହା ପାଇଥିଲେ ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏଠାରେ ପହଞ୍ଚିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ସେ ଝିଅମାନଙ୍କ ମୃତଦେହକୁ ଯୌନ ନିର୍ଯ୍ୟାତନା ଦେଉଥିଲେ ଏବଂ ତାଙ୍କର ଏହି ଜଘନ୍ୟ ଅପରାଧର ଫଟୋ ଏବଂ ଭିଡିଓ ମଧ୍ୟ ଥିଲା। ସେ ଅନେକ ପୀଡିତାଙ୍କ ନାମରେ ଏକ ଫୋଲ୍ଡର ତିଆରି କରିଥିଲେ। ତେବେ, ୨୦୨୦ ମସିହାରେ ବ୍ରିଟେନର ଦୁଇଟି ସ୍ଥାନରେ ଦୁଇଜଣ ଯୁବତୀଙ୍କ ହତ୍ୟା ଘଟଣାରେ ପୋଲିସ ଫୁଲରଙ୍କୁ ଗିରଫ କରିଥିଲା।

୨୦୦୭ ରୁ ୨୦୨୦ ମଧ୍ୟରେ ସେ ୧୦୧ ମହିଳାଙ୍କ ମୃତଦେହକୁ ଯୌନ ଶୋଷଣ କରିଥିବା ଡେଭିଡ ଅନୁସନ୍ଧାନକାରୀ ଦଳକୁ ଜଣାଇଥିଲେ। ଡେଭିଡ ୧୯୮୯ ମସିହାରୁ ଡାକ୍ତରଖାନାରେ ଇଲେକ୍ଟ୍ରିକ ଭାବରେ କାର୍ଯ୍ୟ କରୁଥିଲେ। କର୍ମଚାରୀଙ୍କ ଅନୁପସ୍ଥିତିରେ ଡେଭିଡ ଫୁଲର ଡାକ୍ତରଖାନାର ମର୍ଟାରୀ ଭିତରକୁ ପଶି ଆସୁଥିଲେ ଏବଂ ପରେ ମୃତଦେହ ସହିତ ଅନୈତିକ କାର୍ଯ୍ୟ କରୁଥିଲେ। ଏପରିକି କିଛି ଝିଅ ଏବଂ ମହିଳାଙ୍କ ଶବ ସହିତ ସେ ଏକାଧିକ ଥର ଏଭଳି କାର୍ଯ୍ୟ କରିଥିଲେ। ଶବ ବ୍ୟବଚ୍ଛେଦ ଗୃହରେ ସିସିଟିଭିର ନଥିବାରୁ ତାଙ୍କୁ ଏଭଳି ଘୃଣ୍ୟ କାର୍ଯ୍ୟରେ ସାହାଯ୍ୟ କରିଥିଲା। ତେବେ ୧୦୧ ମୃତଦେହ ମଧ୍ୟରୁ ପୋଲିସ ସେହି ୧୦ ଟି ଶବକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନାହିଁ, ଯେଉଁମାନଙ୍କ ସହ ସେ ମଧ୍ୟ ବଳାତ୍କାର କରିଥିଲେ।

Get real time updates directly on you device, subscribe now.