fbpx

ହଟିବ ଟୋଲ ପ୍ଲାଜା: ଏଣିକି ଦୁଇଟି ଟୋଲ ମଧ୍ୟରେ ରହିବ ଏତିକି ଦୂରତା, ଖୁସି ବ୍ୟକ୍ତ କଲେ ଯାଜପୁରବାସୀ

ଯାଜପୁର: ଜାତୀୟ ରାଜପଥରେ ଟୋଲ ପ୍ଲାଜାକୁ ନେଇଇ ଆସିଲା ନୂଆ ନିୟମ । ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏଣିକି ୬୦ କିଲୋମିଟର ଦୂରତା ମଧ୍ୟରେ ରହିପାରିବନି ୨ଟି ଟୋଲ ପ୍ଲାଜା । କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ତରଫରୁ ଏମିତି ଏକ ଘୋଷଣା କରାଯାଇଛି । ତେବେ ଆଗାମୀ ୩ ମାସ ମଧ୍ୟରେ ଏହି ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ୬୦ କିଲୋମିଟର ମଧ୍ୟରେ କୌଣସି ଟୋଲ ପ୍ଲାଜା ରହିଥାଏ, ତେବେ ଏହାକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ।

ସେହିପରି ଟୋଲ ପ୍ଲାଜା ନିକଟରେ ରହୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଏକ ବଡ ଘୋଷଣା ରହିଛି । ନିଜ ଆଧାର କାର୍ଡ ଦେଖାଇ ଟୋଲ ଫି ରେ ଛାଡ ପାଇପାରିବେ ଏମାନେ । ଏହାକୁ ନେଇ ଯାଜପୁରବାସୀଙ୍କ ମଧ୍ୟରେ ବେଶ ଖୁସିର ଏକ ଲହରୀ ଖେଳିଯାଇଛି । ଯାଜପୁର ପାଣି କୋଇଲି ନିକଟରେ ଏକ ଟୋଳ ପ୍ଲାଜା ରହିଥିବା ବେଳେ ଆଉ ଏକ ଟୋଲ ରହିଛି ଟାଙ୍ଗୀ ନିକଟରେ । ଫଳରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଗାଡି ଡ୍ରାଇଭର ଏବଂ ମାଲିକ । ତେବେ ଏ ନେଇ ନୂଆ ନିୟମ ପ୍ରଣୟନ ହେବା ପରେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହି ନିୟମ ପରେ ଆଉ ଦୁଇଟି ସ୍ଥାନରେ ଟୋଲ ଫି ଦେବାକୁ ପଡିବନି ବୋଲି ଖୁସି ବ୍ୟକ୍ତ କରିଛନ୍ତି ଯାଜପୁରବାସୀ ।

Get real time updates directly on you device, subscribe now.