fbpx

‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ ଆଜିଠୁ ଆରମ୍ଭ, ପ୍ରଥମେ ୩ ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଟଙ୍କା

Advertisement

ଭୁବନେଶ୍ୱର: ରାଜ୍ୟ ସରକାର ଘୋଷଣା କରିଥିବା ନୂଆ-ଓ ଛାତ୍ରବୃତ୍ତି ଆଜିଠୁ କରାଯିବ ବିତରଣ । ଏହି ଛାତ୍ରବୃତ୍ତି କେବଳ ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ । ତେବେ ପ୍ରଥମେ ଏହି ଛାତ୍ରାବୃତ୍ତିକୁ ରାଜ୍ୟ ସରକାର ସମ୍ବଲପୁର, ଦେବଗଡ, ଏବଂ ଅନୁଗୁଳ ଜିଲ୍ଲାରେ ବିତରଣ କରିବେ ।

ରାଜ୍ୟ ସରକାର ନବୀନ ପଟ୍ଟନାୟକ କିଛି ଦିନ ତଳେ ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ସଂପର୍କରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯାଯପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ତେବେ ଏହି ଯୋଜନା ମାଧ୍ୟମରେ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଏବଂ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଛାତ୍ରବୃତ୍ତି ୪ ଲକ୍ଷ ଛାତ୍ରଛାତ୍ରୀ ପାଇବେ ଏବଂ ଏଥିରୁ ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ ।

ଏହି ନୂଆ-ଓ ଛାତ୍ରାବୃତ୍ତି ସିଧାସଳଖ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ । ଏଥିପାଇଁ ପିଲାମାନେ ନିଜ ଆକାଉଣ୍ଟ ନମ୍ବର ସହ କଲେଜରେ ଫର୍ମ ପୂରଣ କରିଛନ୍ତି । ତେବେ ସରାକାରୀ କର୍ମଚାରୀ ଏବଂ ଆୟକର ଦେଉଥିବା ଅଭିଭାବକଙ୍କ ପିଲାମାନଙ୍କୁ ଏହି ଛାତ୍ରବୃତ୍ତି ମିଳିବ ନାହିଁ ।

Get real time updates directly on you device, subscribe now.