fbpx
BJD SKY
BJD SKY

ଚେୟାରରେ ବସିଥିଲେ ପତ୍ନୀ, ଛାତିରେ ଗୁଳି ମାରି ହତ୍ୟା କଲା ସ୍ୱାମୀ, ଲୋମ ଟାଙ୍କୁରି ଦେବ ଏହି ଘଟଣା (Video)

BJD

ନୂଆଦିଲ୍ଲୀ: ରାଜସ୍ଥାନର ଫଲୋଦିି ଜିଲ୍ଲାରେ ଜଣେ ମେଡିକାଲ ବ୍ୟବସାୟୀ ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ମହିଳାଙ୍କ ନାମ ଅନାମିକା ବିଷ୍ଣୁ ବୋଲି କୁହାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏସପି ସୌରଭ ତିୱାରୀ କହିଛନ୍ତି ଯେ, ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ମହିଳାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ପାରିବାରିକ କଳହ ହେତୁ ଅନାମିକା ବିକାନେରର ରହୁଥିବା ସ୍ୱାମୀ ମହିରାମଙ୍କଠାରୁ ଅଲଗା ରହୁଥିଲେ । ଅନାମିକା ଦୁଇ ପୁଅଙ୍କ ସହ ଫଲୋଦିରେ ଏକ ଭଡା ଘରେ ରହୁଥିଲେ । ଭରଣପୋଷଣ ସମ୍ବନ୍ଧୀୟ ମାମଲା କୋର୍ଟରେ ୨ ବର୍ଷ ଧରି ଚାଲିଥିଲା । ଅନାମିକା ଫଲୋଦିର ନାଗୌର ରୋଡରେ ଅବସ୍ଥିତ ସିଟି ପଏଣ୍ଟରେ ନାରୀ ସିଲେକ୍ସନ ନାମକ ଏକ ଦୋକାନ ଚଳାଉଥିଲେ । ପତ୍ନୀଙ୍କୁ ହତ୍ୟା କରିବା ପୂର୍ବରୁ ମହିରାମ ଧମକ ଦେବା ପାଇଁ ତାଙ୍କ ଘରକୁ ମଧ୍ୟ ଯାଇଥିଲେ ।

ଘଟଣା ବିଷୟରେ ସୂଚନା ସେତେବେଳେକୁ ସାମ୍ନାକୁ ଆସିଲା, ଯେତେବେଳେ ଦ୍ୱିପହର ୩ ଟା ସମୟରେ ଦୋକାନ ମାଲିକ ଅନାମିକାଙ୍କୁ ଦୀର୍ଘ ସମୟ ଧରି ସମାନ ଅବସ୍ଥାରେ ବସିଥିବାର ଦେଖିଲେ ଏବଂ କୌଣସି ହଲଚଲ ହେଉଥିବାର ଦେଖିଲେନାହିଁ । ସେ ଅନାମିକାଙ୍କୁ ଦେଖିବା ପାଇଁ ଦୋକାନ ଭିତରକୁ ଗଲେ । ସେ ଭିତରକୁ ଗଲାବେଳେ ଦେଖିଲେ ଯେ ସେ ଚେୟାରର ଗୋଟିଏ ପାର୍ଶ୍ୱରେ ଶୋଇଛନ୍ତି ଏବଂ ଚେୟାର ଚାରିପାଖରେ ରକ୍ତ ଛିଟା ପଡିଛି । ଏହା ପରେ ସେ ନିକଟସ୍ଥ ପୋଲିସ ଷ୍ଟେସନରେ ଏ ବିଷୟରେ ସୂଚନା ଦେଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲା ଏବଂ ତାଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ଅନାମିକାଙ୍କୁ ମୃତ ଘୋଷଣା କରିଥିଲେ ।

ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ହେଲା ଖୁଲାସା
ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ସେତେବେଳେ ସେମାନେ ଅନାମିକା ତାଙ୍କ ଦୋକାନ ଆଗରେ ଏକ ସିସିଟିଭି ଲଗାଯାଇଥିବା ଦେଖିବାକୁ ପାଇଥିଲେ । ଯେତେବେଳେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କଲା ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା । ଜଣେ ବ୍ୟକ୍ତି ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଦୋକାନରେ ପ୍ରବେଶ କରିଥିଲେ । ସେ ଅନାମିକାଙ୍କ ସହ କିଛି ସମୟ ଯୁକ୍ତିତର୍କ କରିଥିଲେ ଏବଂ ଯୁକ୍ତିତର୍କ କରିବା ସମୟରେ ସେ ହଠାତ୍ ବନ୍ଧୁକ ଦେଖାଇ ଅନାମିକାଙ୍କ ଛାତିରେ ଗୁଳି ଚଳାଇଥିଲେ । ଗୁଳିଟି ଅନାମିକାଙ୍କ ଛାତିରେ ବାଜିଥିିଲା । ସେ ଆହତ ହୋଇ ଚେୟାରର ଗୋଟିଏ ପାର୍ଶ୍ୱକୁ ଅଣାଇହୋଇପଡ଼ିଥିଲେ । ଏହା ପରେ ଗୁଳି ଚଳାଇଥିବା ବ୍ୟକ୍ତି ଦୋକାନରୁ ଦୌଡ଼ି ପଳାଇଥିଲେ । ସିସିଟିଭିରେ ବନ୍ଧୁକ ଦେଖାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ସେହି ବ୍ୟକ୍ତି ଅନାମିକାଙ୍କ ସ୍ୱାମୀ ମେହରାମଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି ।

 

Get real time updates directly on you device, subscribe now.