fbpx

ବିଜେପି ଏବଂ ଶିବସେନା ସହ କାହିଁକି ହାତ ମିଳାଇଲେ ? ଅଜିତ ପାୱାରଙ୍କ ବଡ଼ ଖୁଲାସା

ମୁମ୍ବାଇ: ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର ବିଜେପି ଏବଂ ଶିବସେନା ସହ ହାତ ମିଳାଇବାର କାରଣ ସ୍ପଷ୍ଟ କରିଛନ୍ତି । ଫେବୃଆରୀ ୨୫ ବିଳମ୍ବିତ ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବିବୃତ୍ତି ପ୍ରକାଶ କରି ଲେଖିଛନ୍ତି, ‘ମୁଁ ବିନା କୌଣସି ବୁଝାମଣା କରି ବିଚାରଧାରା ଏବଂ ଉଦ୍ଦେଶ୍ୟ ସହ ବିକାଶ କାର୍ଯ୍ୟକୁ ପୂର୍ଣ୍ଣ କରିବା ଦିଗରେ ମୋର ଭୂମିକା ତୁଲାଇଛି । ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟ ଜାରି ରହିଛି । ସେମାନଙ୍କ ନେତୃତ୍ୱ ଏବଂ ନିଷ୍ପତ୍ତି ନେବା କରିବା ପ୍ରକ୍ରିୟା ଭଳି ଗୁଣ ମୋତେ ପସନ୍ଦ ଆସିଛି । ମୋର ଏବଂ ସେମାନଙ୍କ କାର୍ଯ୍ୟଶୈଳୀ ସମାନ ଅଟେ । ଗୁରୁଜନଙ୍କ ଅନାଦର କରିବା ମୋର କୌଣସି ଉଦ୍ଦେଶ୍ୟ ନାହିଁ ।’

୨୦୨୩ ଜୁଲାଇରେ ଏନସିପିର ୮ ଜଣ ବିଧାୟକଙ୍କ ସହ ମହାରାଷ୍ଟ୍ରର ଏକନାଥ ଶିନ୍ଦେ ସରକାରରେ ସାମିଲ ହୋଇଥିଲେ । ଏହା ପରେ ଶରଦ ପାୱାର ଦଳ ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକରଙ୍କୁ ଦଳ ଭାଙ୍ଗିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଦାବି କରିଥିଲେ । ଚଳିତ ବର୍ଷ ଫେବୃଆରୀ ୧୫ରେ ବାଚସ୍ପତି ନିଜ ରାୟରେ ଅଜିତ ଦଳକୁ ପ୍ରକୃତ ଏନସିପି ଭାବେ ଘୋଷଣା କରିଥିଲେ ଏବଂ ତାଙ୍କ ଦଳର ୪୧ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହା ପରେ ଶରଦ ପାୱାର ନିଜ ଦଳର ନୂତନ ନାମ ‘ନ୍ୟାସନାଲିଷ୍ଟ ପାର୍ଟି ଶରଦ ଚନ୍ଦ୍ର ପାୱାର’ ରଖିଥିଲେ । ତାଙ୍କ ଦଳର ଚିହ୍ନ ହେଉଛି ‘ତୁରୀ’ ବଜାଉଥିବା ଲୋକ ।

Get real time updates directly on you device, subscribe now.