fbpx

ଡାକ୍ତର ମୃତ ଘୋଷଣା କରିଥିଲେ; ଅନ୍ତିମ ସଂସ୍କାର ବେଳେ ଜୁଇରେ ଉଠିବସିଲେ ମୃତ ଘୋଷିତ ବ୍ୟକ୍ତି

ବୌଦ୍ଧ: (ଓଡ଼ିଶା ଭାସ୍କର) ଅନ୍ତିମ ସଂସ୍କାର ବେଳେ ଜୁଇରେ ଉଠିବସିଲେ ମୃତ ଘୋଷିତ ବ୍ୟକ୍ତି । ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରେ ଅଭାବନୀୟ ଘଟଣା । ପୁରୁଣା କଟକ ଅଞ୍ଚଳର ରବି ବେହେରା ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ । ଘରଲୋକ ତାଙ୍କ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ତାଙ୍କୁ ସାଙ୍ଗରେ ଘରକୁ ନେଇଆସିଥିଲେ । ସେପଟେ ଖବର ପାଇ ଜ୍ଞାତି କୁଟୁମ୍ବ ତାଙ୍କର ଅନ୍ତିମ ସଂସ୍କାର ପାଇଁ ସରଞ୍ଜାମ ଯୋଗାଡ କରିଥିଲେ ।

ଏପରିକି ଗାଁ’ ଶ୍ମଶାନରେ ଜୁଇ ମଧ୍ୟ ସଜାଇ ଦେଇଥିଲେ ପ୍ରିୟଜନ । ସୂଚନା ଅନୁସାରେ ଯେତେବେଳେ ତାଙ୍କର ଅନ୍ତିମ କ୍ରିୟା ଆରମ୍ଭ ହୋଇଥିଲା ଏବଂ ଯେତେବେଳେ ଚିତାରେ ମୁଖାଗ୍ନି ଦିଆଯାଇଥିଲା ସେତେବେଳେ ହଠାତ୍ ଉଠିବସି ପଡ଼ିଥିଲେ ମୃତ ଘୋଷିତ ରବି । ଏହା ଦେଖି ଉପସ୍ଥିତ ଲୋକ ଜୁଇରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ । ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.