fbpx

ଏହି ୩ଟି କାରଣ ପାଇଁ ବିନାଶ ହେବ ସୁନ୍ଦର ପୃଥିବୀ! ଧ୍ୱଂସ ପୂର୍ବରୁ ମିଳିବ ଏହିସବୁ ସଂକେତ

ନୂଆଦିଲ୍ଲୀ: ଅନେକ ଥର ପୃଥିବୀର ବିନାଶକୁ ନେଇ ଭବିଷ୍ୟବାଣୀ କରାଯାଇଛି । କିଛି ଲୋକ ଏହାର କାରଣ, ତାରିଖ ଏବଂ ଉପାୟ ମଧ୍ୟ କହି ସାରିଛନ୍ତି । ତେଣୁ ଏହି ବିନାଶରେ ମୃତ୍ୟୁ ଆସିବା ପୂର୍ବରୁ ମଣିଷ ନିଜର ସମସ୍ତ ଇଚ୍ଛା ବା ସ୍ୱପ୍ନ ପୂରଣ କରି ଦେବା ପାଇଁ କୁହାଯାଏ । ଏମିତି କି ଅନେକ କ୍ୟାଲେଣ୍ଡର ମଧ୍ୟ ପୃଥିବୀର ବିନାଶ ସମ୍ପର୍କରେ ଘୋଷଣା କରି ସାରିଥିଲେ । କିନ୍ତୁ ଏହି ନିର୍ଦ୍ଦିଷ୍ଟ ଦିନ ବା ସମୟରେ ପୃଥିବୀରେ ବିନାଶ ଦୂରର କଥା, କୌଣସି ଅଘଟଣା ମଧ୍ୟ ଘଟିନାହିଁ । ତେବେ ଏହି ସମୟରେ ଏକ୍ସପର୍ଟ ଦେଇଛନ୍ତ ଏକ ବଡ ମନ୍ତବ୍ୟ । ୩ଟି ଉପାୟରେ ଧ୍ୱଂସ ପାଇପାରେ ଏହି ପୃଥିବୀ ବାଲି କହିଛନ୍ତି ଏକ୍ସପର୍ଟ ।

ପୃଥିବୀର ବିନାଶର ଅର୍ଥ ସାରା ଗ୍ରହରେ ମନୁଷ୍ୟ ଜାତିର ଅନ୍ତ । ଏହି ଭୟଙ୍କର ଘଟଣାର ଅନେକ ଥର ଭିନ୍ ଭିନ୍ନ ତାରିଖ କୁହାଯାଇଛି । ବିଭିନ୍ନ ଉପାୟରେ ପ୍ରଳୟ ତଥା ବିନାଶ ପୃଥିବୀର ଶେଷ ଘଟାଇବ ବୋଲି କୁହାଯାଇଛି । କିନ୍ତୁ ଏବେ ଏକ୍ସପର୍ଟମାନେ କହିଛନ୍ତି ଯେ ପୃଥିବୀ କିପରି ଶେଷ ହୋଇପାରେ । ପୃଥିବୀର ବିନାଶ ପାଇଁ ଏକ୍ସପର୍ଟ ୩ ଟି କାରଣ କହିଥିବା ବେଳେ ଏଥିରୁ ୨ଟି କାରଣ ମନୁଷ୍ୟ ନିଜେ ପ୍ରସ୍ତୁତ କରିଛି । ଯାହା ସାରା ମନୁଷ୍ୟ ସମାଜକୁ ବିନାଶ ମୁହଁକୁ ଟାଣି ନେବ ।

ତେବେ ପୃଥିବୀର ବିନାଶ ପାଇଁ ଏକ୍ସପର୍ଟ ପ୍ରଥମ ଏବଂ ପ୍ରାକୃତିକ କାରଣ ଭାବରେ ଉଲକାପିଣ୍ଡକୁ ଦର୍ଶାଇଛନ୍ତି । ଉଲକାପିଣ୍ଡ ସହ ଧକ୍କା ହେବା ଦ୍ୱାରା ପୃଥିବୀର ବିନାଶ ଘଟିପାରେ । ଏହାବ୍ୟତୀତ ଅନ୍ୟ ଦୁଇଟି କାରଣ ପାଇଁ ମନୁଷ୍ୟ ଦାୟୀ ବୋଲି କୁହାଯାଇଛି । ତେବେ ଗୋଟିଏ ହେଉଛି, ମନୁଷ୍ୟ ବାରମ୍ବାର ଏଲିୟନ୍ସମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ହୁଏତ ଏମାନେ ମନୁଷ୍ୟ ସହ ବନ୍ଧୁତାପୂର୍ଣ୍ଣ ଭାବ ରଖି ନ ପାରନ୍ତି । ସେମାନେ ପୃଥିବୀ ଉପରେ ଆକ୍ରମଣ ମଧ୍ୟ କରି ପାରନ୍ତି ଏବଂ ଏହା ପୃଥିବୀ ପାଇଁ ବିନାଶ ଆଣିପାରେ । ଏହାପରେ ତୃତୀୟ କାରଣ ହୋଇପାରନ୍ତି ରୋବୋଟ । ମନୁଷ୍ୟ ଦ୍ୱାରା ପ୍ରସ୍ତୁତ ହେଉଥିବା କିଛି ରୋବୋଟ ଭୟାନକ ରୂପ ନେଇ ପାରନ୍ତି । ଏମାନେ ମଧ୍ୟ ମନୁଷ୍ୟ ଜାତି ଉପରେ ଆକ୍ରମଣ କରି ପୃଥିବୀ ବିନାଶର ଏକ କାରଣ ହୋଇ ପାରନ୍ତି । ମନୁଷ୍ୟର ଏହି ଦୁଇଟି କାରନାମା ପୃଥିବୀର ମୃତ୍ୟୁକୁ ଡାକିପାରେ ବୋଲି କହିଛନ୍ତି ଏକ୍ସପର୍ଟ ।

Get real time updates directly on you device, subscribe now.