fbpx
BJD
BJD SKY
BJD SKY

ତୁରନ୍ତ ବନ୍ଦ କର ଏପରିି ମେସେଜ୍ , ନିର୍ବାଚନ କମିଶନଙ୍କ କେନ୍ଦ୍ର ସରକାରଙ୍କୁ କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ:ନିର୍ବାଚନ କମିଶନ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ହ୍ୱାଟସଆପ୍‌ରେ ବିକଶିତ ଭାରତ ମେସେଜ୍ ପଠାଇବାକୁ ନେଇ ନୋଟିସ୍ ପଠାଇଛନ୍ତି । ନୋଟିସ୍‌ରେ ଏପରି ମେସେଜ୍ ପଠାଇବା ବନ୍ଦ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ନିର୍ବାଚନ କମିଶନ ଏହି ମାମଲାରେ ତତ୍କାଳ ମନ୍ତ୍ରଣାଳୟ ଠାରୁ ଅନୁପାଳନ ରିପୋର୍ଟ ମାଗିଛନ୍ତି । ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ବହୁ ଅଭିଯୋଗ ମିଳିଥିଲା । ଏହାକୁ ନେଇ ଆଜି କମିଶନ ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ନିର୍ବାଚନ କମିଶନ ଆଇଟି ମନ୍ତ୍ରଣାଳୟକୁ ହ୍ୱାଟସଆପ୍‌ରେ ବିକଶିତ ଭାରତ ବାର୍ତ୍ତାର ମେସେଜ୍‌କୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନଙ୍କୁ ଅଭିଯୋଗ ମିଳିଥିଲା କି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ବି ଦେଶର ଜନତାଙ୍କୁ ଫୋନ୍‌ରେ ଏପରି ମେସେଜ୍ ଏବେ ବି ଆସୁଛି । ଲୋକଙ୍କ ହ୍ୱାଟସଆପ୍‌ରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ସଂପର୍କ ନାମକ ମେସେଜ୍ ପଠାଯାଉଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ନାମରେ ଏକ ଭିଡିଓ ପ୍ରସାରଣ କରାଯାଉଛି ।

Get real time updates directly on you device, subscribe now.