fbpx
BJD
BJD SKY
BJD SKY

ଫ୍ୟାକ୍ଟ-ଚେକ୍ ୟୁନିଟ୍ ସମ୍ବନ୍ଧରେ କେନ୍ଦ୍ରର ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇନ୍ତି । ଆଇଟି ସଂଶୋଧନ ନିୟମ ୨୦୨୩ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫସିୟୁ) ର ମାର୍ଚ୍ଚ ୨୦ ବିଜ୍ଞପ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି ।

ତେବେ ଅନଲାଇନ୍ ବିଷୟବସ୍ତୁ ଉପରେ ନଜର ରଖିବା ପାଇଁ ପିଆଇବିର ଏହି ଫ୍ୟାକ୍ଟ ଚେକ୍ ୟୁନିଟ୍ ସୃଷ୍ଟି କରାଯାଇଥିଲା । ଏହା ଅଧୀନରେ ଏହି ୟୁନିଟ୍ ସରକାରଙ୍କ ବିରୁଦ୍ଧରେ କୌଣସି ଭୁଲ ତଥ୍ୟ ଯାଞ୍ଚ କରିବ ଏବଂ ଯଦି ଭୁଲ୍ ମିଳେ ତେବେ ଏହା ପୁନର୍ବାର ପବ୍ଲିଶ ଉପରେ ରୋକ୍ ଲଗାଇବ ।

ବମ୍ବେ ହାଇକୋର୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ସଂଶୋଧନ ୨୦୨୩ ର ଚ୍ୟାଲେଞ୍ଚର ନିଷ୍ପତ୍ତି ନକରିଛନ୍ତି, ସେପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହି ବିଜ୍ଞପ୍ତିକୁ ସ୍ଥଗିତ ରଖିଛନ୍ତି । ନିକଟରେ ସଂଶୋଧିତ ଆଇଟି ନିୟମ ଅନୁଯାୟୀ ଏହାର ବ୍ୟବସାୟ ସହ ଜଡିତ ସୋସିଆଲ ମିଡିଆରେ ବିଷୟବସ୍ତୁ ଉପରେ ନଜର ରଖିବା ପାଇଁ ଏଫସିୟୁ ଗଠନ କରାଯାଇଥିଲା ।

Get real time updates directly on you device, subscribe now.