fbpx
BJD
BJD SKY
BJD SKY

‘ଆମେ ୨ ଆମର ଦୁଇ’ ଠାରୁ ଦୂରେଇ ଯାଉଛନ୍ତି ଲୋକେ, ୨୦୨୫ ପର୍ଯ୍ୟନ୍ତ ଭାରତରେ କମିଯିବ ଜନସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଏବେ ‘ଆମେ ଦୁଇ ଆମର ଦୁଇ’ର ପ୍ରଥା କମିବାରେ ଲାଗିଛି । ଏହା କାରଣ ବହୁ ସଂଖ୍ୟାରେ ଲୋକେ ଗୋଟିଏ ପିଲା ଜନ୍ମ ଦେବାକୁ ଚାହୁଁଛନ୍ତି । ଏହା ଚାଲୁଥିବାରୁ ଜନ୍ମହାର ୨୦୫୦ ପର୍ଯ୍ୟନ୍ତ କମିଯିବ ବୋଲି କୁହାଯାଉଛି । ଭାରତରେ ସମୁଦାୟ ଜନ୍ମହାର ୧୯୫୦ ମସିହାରେ ୬.୧୮ ଥିଲା, ଯାହା ୧୯୮୦ରେ ହ୍ରାସ ଘଟି ୪.୬ ହୋଇଯାଇଥିଲା । ସେହିଭଳି ୨୦୨୧ରେ ଏହା ଦ୍ରୁତଗତିରେ କମି ୧.୯୧ ପ୍ରତିଶତ ହୋଇଯାଇଥିଲା । ଏହା ରିପ୍ଲେସମେଣ୍ଟ ଲେବଲରୁ ମଧ୍ୟ କମିଯାଇଛି ।

ଜନସଂଖ୍ୟା ବିଜ୍ଞାନୀଙ୍କ ମତରେ ରିପ୍ଲେସମେଣ୍ଟ ଲେବଲ ପାଇଁ ଜନ୍ମହାର ହାରାହାରି ୨.୧ ହେବା ଆବଶ୍ୟକ । ତେବେ ଆକଳନ କରାଯାଇଛି ଯେ, ୨୦୫୦ ପର୍ଯ୍ୟନ୍ତ ଭାରତରେ ଜନ୍ମହାର ୧.୨୯ ହୋଇଯିବ । ଏଥିରେ ଜନସଂଖ୍ୟା ଏତେ ପରିମାଣରେ କମିବ ନାହିଁ । ହେଲେ ସେଥିରେ ଯୁବ ପିଢିଙ୍କ ସଂଖ୍ୟା କମିଯିବ ବୋଲି କୁହାଯାଇଛି ।

ଯଦି ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ସତ ହେଲା ତେବେ ଆଗାମୀ ସମୟରେ ଏହା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜିଂ ବିଷୟ । ଜନ୍ମହାର ଦ୍ରୁତଗତିରେ କମିଲେ ୱାର୍କଫୋର୍ସ ମଧ୍ୟ କମିବ, ଏବଂ ଅର୍ଥବ୍ୟବସ୍ଥାକୁ ଏହାର ଝଟକା ଲାଗିବ । ଏହା ବ୍ୟତୀତ ଯୁବକମାନେ ଅଧିକରୁ ଅଧିକ ବୃଦ୍ଧ ହୋଇଯିବେ, ଯେଉଁମାନଙ୍କ ଯôତ ନେବା ଚ୍ୟାଲେଞ୍ଜ ହୋଇଯିବ । ଏହା ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ ପ୍ରଭାବ ପକାଇବ ।

Get real time updates directly on you device, subscribe now.