fbpx

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଘୋଷଣା ହେବ ନିର୍ବାଚନ ତାରିଖ!

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନକୁ ନେଇ ବର୍ତ୍ତମାନ ସବୁ ଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାଭିତରେ ରାଜନୈତିକ ଦଳରୁ ଆରମ୍ଭ କରି ଭୋଟର ସମସ୍ତେ ନିର୍ବାଚନ ତାରିଖକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ଭିତରେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାଚନର ତାରିଖ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । ବିଭିନ୍ନ ରାଜ୍ୟ ଗସ୍ତରେ ଥିବା ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ଯାତ୍ରା ସରିବା ପରେ ନିର୍ବାଚନର ପ୍ରକୃତ ତାରିଖ ଘୋଷଣା କରାଯାଇପାରେ । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏବେ ତାମିଲନାଡୁ ଗସ୍ତରେ ରହିଛନ୍ତି ଇସିଆଇ । ତାମିଲନାଡୁ ପରେ ଉତ୍ତରପ୍ରଦେଶ ଏବଂ ପରେ ଶେଷ ରାଜ୍ୟ ଭାବରେ ୧୩ ତାରିଖରେ ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ ନିର୍ବାଚନ କମିଶନ୍ ଏବଂ ଟିମ୍ । ତେଣୁ ମାର୍ଚ୍ଚ ୧୩ରେ ଜାମ୍ମୁ କାଶ୍ମୀର ଗସ୍ତ ସରିବା ପରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.