ଆସନ୍ତା ସପ୍ତାହରେ ଚିନ୍ତା ବଢାଇପାରେ ବିଜୁଳି ସମସ୍ୟା: ଦେଶବ୍ୟାପୀ ଏତିକି ଦିନ ବନ୍ଦ ରହିପାରେ ବିଜୁଳି ଯୋଗାଣ

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ କରିବାକୁ ଯାଉଛନ୍ତି ବିଜୁଳି ବିଭାଗର କର୍ମଚାରୀ । ଆସନ୍ତା ୨୮ ଏବଂ ୨୯ ତାରିଖରେ ଏହି ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛନ୍ତି କର୍ମଚାରୀ । ତେବେ ଏ ନେଇ ବୈଠକ ପରେ ଆଜି ନିଷ୍ପତ୍ତି ନେବ (National Co-ordination Committee of Electricity Employees and Engineers) । ଶ୍ରମ ସଂଗଠନର ଆହ୍ୱାନରେ ଏହି ଦୁଇ ଦିନିଆ ଧର୍ମଘଟରେ ଯୋଗ ଦେବେ ସମସ୍ତ ରାଜ୍ୟର ବିଦ୍ୟୁତ କର୍ମଚାରୀ । ଏ ନେଇ ସୂଚନା ଦେଇଛନ୍ତି ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନର ସଭାପତି ଶୈଳେନ୍ଦ୍ର ଦୁବେ ।
କେନ୍ଦ୍ରର ଘରୋଇକରଣ ନୀତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି କର୍ମଚାରୀ । ବିଦ୍ୟୁତ ସଂଶୋଧନ ବିଲ ୨୦୨୧କୁ ପ୍ରତ୍ୟାହାର କରିବା ବିଦ୍ୟୁତ କର୍ମଚାରୀ ଏବଂ ଇଞ୍ଜିନିୟର୍ସମାନଙ୍କର ପ୍ରଥମ ଏବଂ ମୁଖ୍ୟ ଦାବି ହୋଇଛି । ଗରୋଇକରଣ ବନ୍ଦ କରିବା ସହ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ବିଦ୍ୟୁତର ଘରୋଇକରଣ କରାଯାଉ । ବିଶେଷ କରି ଚଣ୍ଡୀଗଡ, ଦାଦ୍ରା ନଗର ହାଭେଳି, ଡାମନ ଡ୍ୟୁ ଏବଂ ପୁଡୁଚେରୀ ଇତ୍ୟାଦିରେ ଲାଭବାନ ବ୍ୟକ୍ତିଙ୍କୁ ଏଥିରୁ ତୁରନ୍ତ ବାଦ ଦିଆଯିବା ଉଚିତ । ସେହିପରି ବିଦ୍ୟୁତ ବୋର୍ଡ ବିଘଟନ ପରେ ସମସ୍ତ କର୍ମଚାରୀଙ୍କୁ ପେନସନ ସୁବିଧା ଯୋଗାଇ ଦେବାକୁ କର୍ମଚାରୀମାନେ ଦାବି କରିଛନ୍ତି ।