fbpx

ପ୍ରସିଦ୍ଧ ବ୍ୟାସ ସରୋବର ମେଳା ବନ୍ଦ

ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମେଳା ବନ୍ଦ । କରୋନାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଯାଜପୁର,୨୩ ।୨(ଓଡିଶା ଭାସ୍କର): ଯାଜପୁରରେ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ମେଳା ବନ୍ଦ ।

କରୋନାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ପୀଠରେ ରୀତିନୀତି ଆରମ୍ଭ ହେବ ।

ଏହା ସହ ମେଳାରେ କୌଣସି ଦୋକାନ ଓ ବଜାର ପଡିବ ନାହିଁ ।

ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ।

ତେବେ ଭୌମ୍ୟ ଏକାଦଶୀରୁ ବ୍ୟାସ ସରୋବର ମେଳା ଆରମ୍ଭ ହୁଏ ।

ବ୍ୟାସନଗର ପୌର ପରିଷଦ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଥାଏ ।

ଯାଜପୁର ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଥାନ୍ତି ।

ମହୋତ୍ସବର ପ୍ରତ୍ୟେକ ଦିନ ସଂଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥାଏ ।

Get real time updates directly on you device, subscribe now.