fbpx

Big Breaking: ୪ ବର୍ଷର ପୁଅକୁ ମାରିଦେଲା ଜନ୍ମ କଲା ବାପା! କାରଣ ଅସ୍ପଷ୍ଟ

ରାଉରକେଲା: ଘର ଭିତରୁ ଏକ ୪ ବର୍ଷୀୟ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଖବର ସାମ୍ନାକୁ ଆସିଛି । ପୁଅର ଏହି ମୃତ୍ୟୁକୁ ନେଇ ବାପା ଉପରେ ଅଭିଯୋଗ ହୋଇଛି । ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ରାଉରକେଲାର ତୁମରାନ୍ ଗାଁରେ ଜଣେ ୪ ବର୍ଷୀୟ ପୁଅର ମୃତ ଦେହ ଉଦ୍ଧାର ହୋଇଛି । କିଛି ପାରିବାରିକ କଳହକୁ ନେଇ ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବାପାକୁ ଅଟକ ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

୧୨ ଅକ୍ଟୋବର ଦିନ ସକାଳ ୧୦ ରୁ ୧୧ଟା ମଧ୍ୟରେ ଗ୍ରାମବାସୀ ଏହି ଖବର ପାଇଥିଲେ । ଏଭଳି କାଣ୍ଡ ଜାଣିବା ପରେ ଗ୍ରାମବାସୀ ସେଠାକୁ ଯାଇପାରିନଥିଲେ । ଏହି ଖବର ପୋଲିସକୁ ବହୁ ବିଳମ୍ବରେ ଦିଆଯାଇଛି । ପୋଲିସ ଘଟଣାସ୍ଥଳକୁ ଏକ ଟିମ ପଠାଇଛି । ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ନେବା ପରେ ଏବଂ ତଦନ୍ତ ପରେ ଅଧିକ ସ୍ପଷ୍ଟତା ଆସିପାରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.