fbpx

୫ମାସର ଝିଅକୁ କେନାଲରେ ଫୋପାଡିଦେଲା ବାପା, ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ

ଜୟୀପୁର: ରାଜସ୍ଥାନର ବିକାନେରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ସରକାରୀ ଚାକିରି ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୫ମାସର ଝିଅକୁ କେନାଲକୁ ଫୋପାଡି ଦେଇଛି । ଏହି ଘଟଣାକୁ ନେଇ ମାଆ ବାପା ଉଭୟଙ୍କୁ ପୋଲିସ ଗିରଫ କରିଛି । ପୋଲିସ କହିବା ଅନୁସାରେ ଅପରାଧୀ ଜଣକଙ୍କର ଡର ଥିଲା ଯେ, ୨ରୁ ଅଧିକ ପିଲା ହେଲେ ଚାକିରି ପଳାଇବ ।

ଏଏନଆଇ ରିପୋର୍ଟ ଅନୁସାରେ, କେନାଲରେ ପଡ଼ି ଏକ ଛୋଟ ଛୁଆର ମୃତ୍ୟୁ ଘଟିଛି । ଶିଶୁକୁ ତାଙ୍କ ବାପା ଈଶ୍ୱରଲାଲ କେନାଲକୁ ଫୋପାଡି ଦେଇଛନ୍ତି । ଚନ୍ଦାସର ଗାଁର ସ୍କୁଲ ସହାୟକ ରୂପରେ କଣ୍ଟ୍ରାକ୍ଟରରେ କାମ କରୁଥିଲା ଏହି ବ୍ୟକ୍ତି । ଈଶ୍ୱରଲାଲ ଗତ ୨୦୨୧ର ଡ଼ିସେମ୍ବର ମାସରେ ୨ଟି ଶିଶୁର ବାପା ହୋଇଛନ୍ତି ବୋଲି ଏଫିଡେବିଟ ଦେଇଥିଲେ । ଏହି ୨ଟି ଶିଶୁ ପରେ ଈଶ୍ୱରଙ୍କର ଅନ୍ୟ ଏକ କନ୍ୟା ଶିଶୁ ଜନ୍ମ ନେଇଥିଲା । ହେଲେ ତାଙ୍କର ଡ଼ର ଥିଲା ଯେ, କାଳେ ୨ରୁ ଅଧିକ ଶିଶୁ ହେଲେ ସରକାରୀ ଚାକିରି ଛାଡିବାକୁ ପଡ଼ିବ ସେଥିପାଇଁ ସେ କନ୍ୟା ଶିଶୁକୁ କେନାଲକୁ ଫୋପାଡ଼ି ଦେଇଛନ୍ତି ।

ସର୍କଲ ଅଧିକାରୀ ବିନୋଦ କୁମାର ଏଏନଆଇ କୁ କହିଛନ୍ତି ଯେ, “ ଆମକୁ ସୂଚନା ମିଳିଲା ଯେ, ବିକାନେରର ଛତ୍ରଗଡ଼ରେ ଏକ ପୁରୁଷ ଏବଂ ମହିଳା ଏକ ଶିଶୁକୁ କେନାଲରେ ଫିଙ୍ଗି ଦେଇଛନ୍ତି । ଏହାପରେ ଶିଶୁର ଶବ କେନାଲ ରୁ ଉଦ୍ଧାର କରିଥିଲା ପୋଲିସ । ଏହି ୨ଜଣଙ୍କୁ ପୋଲିସ ଗିରଫ କରାଯାଇଛି । ଅପରାଧୀ ଜଣକ ଜନ୍ମିତ ଝିଅକୁ କେନାକୁ ଫିଙ୍ଗି ଦେଇ ନିଜ ଚାକିରିର ସ୍ଥାୟୀତ୍ୱ କରିବାକୁ ଚାହୁଁଥିଲେ ।

Get real time updates directly on you device, subscribe now.