fbpx

ବଡ଼ ଖବର; ‘ପଦ୍ମ ପୋଖରୀ’କୁ ପଶିବେ ଅନୁଭବ! BJPରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେଉଁ ପଦକ୍ଷେପ ନେବେ ଅନୁଭବ? କାହା ପାଇଁ ଲଢିବେ ନିର୍ବାଚନ? ଏଭଳି ଅନେକ ପ୍ରଶ୍ନ ଏବେ ରାଜନୀତି ଜଗତରେ ଦେଖାଦେଇଛି । ତେବେ ଏହାଭିତରେ ସେ ଭାରତୀୟ ଜନତା ପାର୍ଟିରେ ମିଶିବା ନେଇ ଖୁବ ଆଲୋଚନା ମଧ୍ୟ ହେଉଛି । ଆଜି ବିଜେପିରେ ସାମିଲ ଅନୁଭବ ମହାନ୍ତି ହୋଇ ପାରନ୍ତି ବୋଲି କୁହାଯାଉଛି ।

ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏହାପରେ ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହୋଇପାରନ୍ତି । ଦିଲ୍ଲୀରେ ପହଞ୍ଚି ଅନୁଭବ ବିଧିବଦ୍ଧ ଭାବରେ ପଦ୍ମ ଧରିବେ ବୋଲି ରାଜନୀତି ଦୁନିଆରେ ଚହଳ ପଡ଼ିଛି । ଅରିନ୍ଦମ, ସିଦ୍ଧାନ୍ତ ଏବଂ ଆକାଶଙ୍କ ପରେ ଓଲିଉଡର ସୁପରଷ୍ଟାର ଅନୁଭବ ମଧ୍ୟ ବିଜେପିରେ ମିଶିବେ ବୋଳି କୁହାଯାଉଛି । ତେବେ ଏ ନେଇ ସାଂସଦ ତଥା ଅଭିନେତା କିମ୍ବା ବିଜେପି ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

 ଦିନ ପୂର୍ବରୁ ବିଜେଡିରୁ ଦୂରେଇ ଯାଇଛନ୍ତି ଅନୁଭବ । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ବିଜୁ ଜନତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । କିଛି ଦିନରୁ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିରୁ ଦୂରେଇ ଯାଇଛନ୍ତି ଅନୁଭବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳରୁ ଇସ୍ତଫା ନେଇ ସେ ଚିଠି ଲେଖିବା ସହ ବିଜେଡିରୁ ବିଦାୟ ନେଇଥିଲେ । ।

୨୦୧୯ ମସିହା ନିର୍ବାଚନରେ କେନ୍ଦ୍ରାପଡ଼ା ରାଜ୍ୟସଭା ଆସନରୁ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ ଅନୁଭବ । ପୂର୍ବରୁ ବିଜେଡି ଟିକେଟରେ ସେ ରାଜ୍ୟସଭା ଯାଇଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ସେ ଅସନ୍ତୋଷ ରହିଥିଲେ । ତେବେ ପାରିବାରିକ ବିବାଦ ପରେ ଅନୁଭବ ଦଳଠାରୁ ଦୂରେଇ ଯାଇଥିଲେ । ବିଜୁ ଜନତା ଦଳରୁ ସେ ଇସ୍ତଫା ଦେଇଥିବା ବେଳେ ବର୍ତ୍ତମାନ ସେ ଭାରତୀୟ ଜନତା ପାର୍ଯିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗି ରହିଛି ।

Get real time updates directly on you device, subscribe now.