fbpx

ସକାଳୁଆ ହେବ ଅଙ୍ଗନବାଡ଼ି ସ୍କୁଲ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଶା ଭାସ୍କର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି ସ୍କୁଲ ସକାଳୁଆ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଦିନ ୧୧ଟା ୩୦ଯାଏଁ ଚାଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ସ୍କୁଲ । ଏହା ପୂର୍ବରୁ ଏପ୍ରିଲ ୨ରୁ ପ୍ରଥମରୁ ଦ୍ୱାଦସ ଶ୍ରେଣୀ ଯାଏଁ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ପାଠପଢ଼ା ଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ବୃଦ୍ଧି ପାଇଛି ତାପମାତ୍ରା । ସକାଳ ୧୦ଟା ସୁଦ୍ଧା କଟକରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । କଟକରେ ଆଜି ଦିନର ତାପମାତ୍ରା ୩୨.୫ ଡିଗ୍ରୀ ଛୁଇଁଛି । ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ । ଅଂଶୁଘାତ ଏବଂ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗକ ମଧ୍ୟ ସତର୍କ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.