fbpx

ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ ଅଛି: ମୁଖ୍ୟମନ୍ତ୍ରୀ

ଶିମିଳିପାଳ,୩ ।୩(ଓଡିଶା ଭାସ୍କର): ଗତ ୩ଦିନ ଧରି ଶିମିଳିପାଳ ଜଙ୍ଗଲାରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସତର୍କ ରହିବ ସହ, ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଶିମିଳିପାଳକୁ ସମଗ୍ର ବିଶ୍ୱର ଏକ ଅମୂଲ୍ୟ ସମ୍ପଦ କହିଛନ୍ତି ମୁଖ୍ୟନ୍ତ୍ରୀ ।

ତେବେ ଶିମିଳିପାଳ ଅୟଭାରଣ୍ୟ ନିଆଁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗି କାରଣରୁ ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ଜଙ୍ଗଲି ଜନ୍ତୁ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ, ‘ଶିମିଳିପାଳକୁ ଏକ ଟିମ୍ ପଠାଯାଇଛି । ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଟିମ୍ ଘଟଣାର ଅନୁଧ୍ୟାନ କରିବେ । କିପରି ଓ କାହିଁକି ନିଆଁ ଲାଗିଲା ତାହା ଅନୁଧ୍ୟାନ କରିବା ସହ ପଦକ୍ଷେପ ନେବେ । ଆସନ୍ତା କାଲି ପିସିସିଏଫ୍ ଏନେଇ ରିପୋର୍ଟ ପ୍ରଦାନ କରିବ ।’

Get real time updates directly on you device, subscribe now.