fbpx

କଳାହାଣ୍ଡି ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ଚୁକ୍ତି ବାତିଲ

କଳାହାଣ୍ଡି,୩ ।୩(ଓଡିଶା ଭାସ୍କର): କଳାହାଣ୍ଡି ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ହୋଇଥିବା ଚୁକ୍ତି ବାତିଲ ହୋଇଛି । ୫୦୦ ଶଯ୍ୟାର ମେଡିକାଲ କଲେଜ ପାଇଁ ବେଦାନ୍ତ ସହ ଚୁକ୍ତି ହୋଇଥିଲା । ଏଣିକି ୬୫୦ ଶର୍ଯ୍ୟାର ମେଡିକାଲ କଲେଜ କରିବ ରାଜ୍ୟ ପୂର୍ତ୍ତ ବିଭାଗ  । ବକେୟା କାମକୁ ଜାତୀୟ ମେଡିକାଲ ଆୟୋଗର ନିର୍ଦ୍ଦେଶାବଳୀ ଅନୁସାରେ କରାଯିବ । ଅବଶିଷ୍ଟ କାମର ଖର୍ଚ୍ଚ ଅଟକଳ ଦେବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦିଆଯାଇଛି । ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ଯୋଗୁଁ ବେଦାନ୍ତ ଏମଓୟୁ ବାତିଲ ହୋଇଛି ।

Get real time updates directly on you device, subscribe now.