fbpx
BSKY SKY
BSKY SKY

ବର୍ଷା ଧୋଇନେଲା ନ୍ୟୁଜିଲ୍ୟାଣ୍ଡ-ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌

BSKY

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଯାଇଛି। ୱେଲିଙ୍ଗଟନ୍‌ରେ ହେବାକୁ ଥିବା ପ୍ରଥମ ମ୍ୟାଚ୍‌କୁ ପୁର୍ବରୁ ବର୍ଷା ଲାଗି ରହିଥିଲା। ମ୍ୟାଚ୍‌ ପୁର୍ବରୁ କିଛି ସମୟ ବର୍ଷା ବନ୍ଦ ରହିଥିଲା, ଲାଗୁଥିଲା କି ଏବେ ମ୍ୟାଚ୍ ହୋଇପାରେ କିନ୍ତୁ ଟସ୍ ପଡିବା ପୁର୍ବରୁ ବର୍ଷା ପୁଣି ଆରମ୍ଭ ହୋଇ ଲାଗି ରହିଥିଲା । ଯେଉଁଥି ପାଇଁ ଅମ୍ପାୟାର୍ସ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମ୍ୟାଚ୍‌କୁ ବାତିଲ କରିଥିଲେ ।

ଦୁଇ ଟିମ୍ ଟି-୨୦ ବିଶ୍ୱ କପ୍‌ରୁ ବାଦ୍ ପଡ଼ିବା ପରେ ଏହି ସିରିଜରୁ ନୂଆ ଆରମ୍ଭ କରିବେ । ବିଶ୍ୱକପ୍‌ରେ ଭାରତକୁ ଇଂଲଣ୍ଡ ପାଖରୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ନିକଟରୁ ହାରିଥିଲା । ଏହି ଟି-୨୦ ସିରିଜ ୧୮ ନଭେମ୍ବରଠାରୁ ଆରମ୍ଭ ହୋଇ ୨ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ଟି-୨୦ ମ୍ୟାଚ୍ ରବିବାର(୨୦ ନଭେମ୍ବର)କୁ ଖେଳାଯିବ । ସେହିପରି ଦୁଇ ଟମ୍ ମଧ୍ୟରେ ଚଳିତ ମାସ ୨୫ ତାରିଖରେ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ ।

ଇଣ୍ଡିଆ ସ୍କ୍ୱାଡ: ଶୁଭମାନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉଇକେଟ କିପର), ଦୀପକ ହୁଡା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମରନ ମଲିକ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଶ୍ରୀ , କୁଲଦୀପ ଯାଦବ, ହର୍ଷଲ ପଟେଲ।

ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡ: ଫିନ୍ ଆଲେନ୍, ଡିଭନ୍ କନୱେ (ଉଇକେଟ କିପର), କେନ୍ ୱିଲିୟମସନ (ଅଧିନାୟକ), ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ଜେମ୍ସ ନେଶାମ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ, ଆଦାମ ମିଲନେ, ଲକି ଫର୍ଗୁସନ୍, ବ୍ଲେୟାର ଟିକନର୍, ମାଇକେଲ୍ ବ୍ରେସୱେଲ, ଇଶ୍ ସୋଡି।

 

Get real time updates directly on you device, subscribe now.