fbpx

OPSC କୁ ହାଇକୋର୍ଟ ଝଟକା, ASP ପଦୋନ୍ନତି ଉପରେ ଲଗାଇଲେ ରୋକ

ଭୁବନେଶ୍ୱର: ଡିଏସପିରୁ ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଜାରି ହୋଇଛି । ହାଇକୋର୍ଟ ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରମୋଟି ଡିଏସ୍ପିଙ୍କୁ ଏଏସ୍ପି ପଦୋନ୍ନତି ବିଜ୍ଞପ୍ତି ନେଇ ମାମଲା ହୋଇଥିଲା । ପ୍ରମୋଟି ଅଫିସରଙ୍କ ପଦୋନ୍ନତି ସମୟସୀମା ହ୍ରାସକୁ ନେଇ ଚ୍ୟାଲେଞ୍ଜ ହୋଇଥିଲା । ପ୍ରମୋଟିଙ୍କ କ୍ଷେତ୍ରରେ ୩ ବର୍ଷରୁ ୬ମାସ ହ୍ରାସକୁ ଚ୍ୟାଲେଞ୍ଜ ହୋଇଥିଲା । ତେବେ ଓପିଏସସି ଦ୍ୱାରା ସିଧାସଳଖ ନିଯୁକ୍ତ ଡିଏସପି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା ।

Get real time updates directly on you device, subscribe now.