fbpx

ରାଜ୍ୟର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ହେଲେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ସେ କିଏ ?

Advertisement

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ନୂତନ ସରକାର ଗଠନ ହୋଇଛି । ମୋହନ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏଥିସହ ରାଜ୍ୟର ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । ନୂତନ ଉପ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଭାତୀ ପରିଡ଼ା ଓ କେଭି ସିଂହ ଦେଓଙ୍କ ନାଁରେ ବିଜେପି ମୋହର ମାରିଛି । ତେବେ ଦୁହିଁଙ୍କ ମଧ୍ୟରୁ ପ୍ରଭାତୀଙ୍କ ନାଁକୁ ନେଇ ବେଶି ଚର୍ଚ୍ଚା ହେଉଛି ।

କିଏ ହେଉଛନ୍ତି ପ୍ରଭାତୀ ପରିଡ଼ା ?

୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ ପ୍ରଭାତୀ ପରିଡ଼ା । ୨୦୦୯ରେ ପ୍ରଥମ ଥର ପାଇଁ ନିମାପଡ଼ା ନିର୍ବାଚନ ମଣ୍ଡଳରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୨୦୧୯ରେ ବି ସମାନ ପରିସ୍ଥିତିର ସାମ୍ନା କରିଥିଲେ କିନ୍ତୁ ଦଳରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ତେଣୁ ୨୦୨୪ରେ ଦଳ ତାଙ୍କ ଉପରେ ଭରସା କରି ଟିକେଟ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ । ସେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଚଳିତ ନିର୍ବାଚନରେ ପ୍ରଭାତୀ ୯୫ ହଜାର ୪୩୦ ଭୋଟ ପାଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଦିଲିପ କୁମାର ନାୟକିଙ୍କୁ ୪, ୫୮୮ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ତାଙ୍କ ସ୍ୱାମୀ ଶ୍ୟାମସୁନ୍ଦର ନାୟକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ତାଙ୍କ ଶାଶୁଘର ନିମାପଡ଼ାର ତେରୁଣ୍ଡିଆ ଗାଁରେ ।

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ୫୭ ବର୍ଷୀୟ ପ୍ରଭାତୀ ପରିଡ଼ାଙ୍କ ଦମଦାର ବିଜୟ ପରେ ସିଧାସଳଖ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି । ସେ ରାଜ୍ୟର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ହେବେ । ୧୯୯୫ ମସିହରେ ପ୍ରଭାତୀ ପରିଡ଼ା ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଏଲଏଲବି କରିଛନ୍ତି । ଏହା ପରେ ୨୦୦୫ରେ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ଏମ୍.ଏ କରିଥିଲେ । ସେ CWED ପାଠ୍ୟକ୍ରମ ମଧ୍ୟ କରିଛନ୍ତି । ଏହା ପରେ ଓଡ଼ିଶା ହାଇକୋର୍ଟରେ କିଛି ସମୟ ପାଇଁ ଓକିଲ ଭାବେ କାମ କରିଥିଲେ । ଚଳିତ ନିର୍ବାଚନରେ ତାଙ୍କର ମୋଟ୍ ସମ୍ପତ୍ତି ୩.୬୪ କୋଟି ଟଙ୍କା ଦର୍ଶାଇଛନ୍ତି ।

Get real time updates directly on you device, subscribe now.