fbpx

ଉଦ୍ଧାର ହେଲେ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀ: ଏୟାରଲିଫ୍ଟ ସାହାଯ୍ୟରେ କୂଳକୁ ଆଣିଲା ପ୍ରଶାସନ

ଗଞ୍ଜାମ: ଗଞ୍ଜାମ ସୁନାପୁରର ଗଭୀର ସମୁଦ୍ରରେ ଫସି ରହିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପ୍ରଶାସନ । ଏୟାର ଲିଫ୍ଟ ସାହାଯ୍ୟରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବରେ ସମୁଦ୍ରରୁ ବାହାର କରାଯାଇଛି । ହେଲିକପ୍ଟର ଯୋଗେ ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର ସମୁଦ୍ର ଭିତରୁ ବାହାରକୁ ଆଣିଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ସମୁଦ୍ରରେ ଏହି ୧୧ ଜଣ ମତ୍ସଜୀବୀ ଫସି ରହିଥିଲେ । ବାତ୍ୟାର ପରାମର୍ଶ ଅନୁଯାୟୀ ସମୁଦ୍ରକୂଳକୁ ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ସମୁଦ୍ରର ଗଭୀର ଜଳରାଶିରେ ଏମାନେ ଫସି ଯାଇଥିବା ସୂଚନା ମିଳିଥିଲା । ତେଣୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ ପରେ ସେମାନଭ୍କୁ ସୁରକ୍ଷିତ ସମୁଦ୍ର ଭିତରୁ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.