fbpx

ନୂଆ ଭାଇରସକୁ ନେଇ ଚିନ୍ତାରେ ରାଜ୍ୟ: ବ୍ୟାପିବାରେ ଲାଗିଛି ସଂକ୍ରମଣ, ଜାଣନ୍ତୁ ଲକ୍ଷଣ

Advertisement

କୋଲକାତା: ପରିବର୍ତ୍ତିତ ମୌସୂମୀ ଯୋଗୁଁ ଲୋକମାନେ ନାନା ରୋଗର ଶିକାର ହୋଇଥାନ୍ତି । କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିବା ପରେ ଏବେ ଏହା ଦାଉରୁ ରକ୍ଷା ପାଇଛନ୍ତି ଦେଶବାସୀ । କିନ୍ତୁ ସେପଟେ କିଛି ନୂଆ ଭାଇରସକୁ ନେଇ ଭୟ ଦେଖିବାକୁ ମିଳିଛି । ଗତ କିଛି ଦିନରେ ପଶ୍ଚିମବଙ୍ଗକୁ ଏଡିନୋଭାଇରସ ସଂକ୍ରମଣର ଚିନ୍ତା ଘାରିଛି । ବର୍ଦ୍ଧିତ ସଂକ୍ରମଣ ଏବଂ ପିଲାମାନଙ୍କ ଅବସ୍ଥାକୁ ଦେଖି ଏବେ ଏହି ଭାଇରସ ପ୍ରତି ପ୍ରଶାସନ ମଧ୍ୟ ଆଲର୍ଟ ହୋଇସାରିଛି ।

ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ଅନୁସାେ, ଏଡିନୋଭାଇରସ ମୁଖତଃ ଶ୍ୱାସ ଜିନତ ରୋଗ । ଥଣ୍ଡା କିମ୍ବା ଫ୍ଲୁ ଆଦି ରୋଗ ଏହି ଭାଇରସ ସଂକ୍ରମଣର କାରଣ ପାଲଟିଥାଏ । ତେବେ ଏଡିନୋଭାଇରସର ସଂକ୍ରମିତମାନଙ୍କ ଦେହରେ ମୁଖତଃ ଜ୍ୱର ଏବଂ ଥଣ୍ଡାଜନିତ ରୋଗର ଲକ୍ଷଣ ଦେଖା ଯାଇଥାଏ । ୩ ଦିନରୁ ଲଗାତାର ଜ୍ୱର, କାଶ, ବାନ୍ତି, ଅଣନିଶ୍ୱାସୀ ଲାଗିବା, ଅଚାନକ ନାକରୁ ରକ୍ତ ପଡିବା ଇତ୍ୟାଦି ହେଉଛି ଏଡିନୋଭାଇରସ ରୋଗର ପ୍ରମୁଖ ଲକ୍ଷଣ । ତେବେ ଛୋଟ ପିଲା, ପୁରୁଣା ଶ୍ୱାସରୋଗୀ ଏବଂ ଅନ୍ୟ ଗମ୍ଭୀର ରୋଗୀମାନଙ୍କ ପାଇଁ ଏହା ସାମାନ୍ୟ ଜଟିଳ ହୋଇପାରେ । ତେବେ ଏପରି କୌଣସି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଏହିନୋଭାଇରସ ଫ୍ଲୁର କୌଣସି ଚିକିତ୍ସା ନାହିଁ । କିନ୍ତୁ ଲକ୍ଷଣଗୁଡିକୁ ଆପଣ ଘରେ ବସି ଉପଚାର କରିପାରିବେ । ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଏବଂ ରେଗସୂଚକ ଯତ୍ନ ନେଲେ ଏହି ରୋଗରୁ ଶୀଘ୍ର ଆଶ୍ୱସ୍ତି ମିଳିପାରିବ । ତେବେ ଯଦି ୩-୫ଦିନରୁ ଅଧିକ ଜ୍ୱର ରହିଥିଲେ, ଶ୍ୱାସପ୍ରଶ୍ୱାସରେ ବାଧା ଉପୁଜିଲେ, ଭୋକ କମ୍ ଲାଗିଲେ କିମ୍ବା ିଦନକୁ ୫ରୁ କମ୍ ଥର ପରିସ୍ରା ଲାଗୁଥିଲେ ଯଥାଶୀଘ୍ର ଯାଞ୍ଚ କରାଇ ନିଅନ୍ତୁ । ଏହାବ୍ୟତୀତ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ଏବଂ କରୋନାର ପ୍ରମୁଖ ନିୟମଗୁଡିକୁ ପାଳନ କଲେ ଏହି ଭାଇରସରୁ ମଧ୍ୟ ମୁକ୍ତି ମିଳିବ ।

Get real time updates directly on you device, subscribe now.