fbpx

ବାତ୍ୟା ନେଇ ସଠିକ ଥିଲା ପୂର୍ବାନୁମାନ : ଆଇଏମଡ଼ି ଡିଜି

ନୂଆଦିଲ୍ଲୀ, ୨୧ା୫: ବାତ୍ୟା ଅମ୍ଫନକୁ ନେଇ ଆଇଏମଡ଼ି ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ୩ଟା ୩୦ରୁ ୫ଟା ୩୦ ଭିତରେ ସୁନ୍ଦରବନ ପାସ କରିଥିଲା ବାତ୍ୟା ଅମ୍ଫନ । କୋଲକାତାରେ ୧୩୦ କିମି ବେଗରେ ପବନ ବହିଥିବା ରେକର୍ଡ଼ ହୋଇଛି । କୋଲକାତା ଅଲିପୁରରେ ୨୦ସେଣ୍ଟିମିଟର ବର୍ଷା ହୋଇଛି ।ବର୍ତ୍ତମାନ ଅମ୍ଫନ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଛି । ବାଙ୍ଗଲାଦେଶ, ମେଘାଳୟରେ ୫୦ରୁ ୬୦କିମି ପବନ ହୋଇପାରେ । ବାତ୍ୟା ନେଇ ସାଢ଼େ ୩ଦିନ ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା । ବାତ୍ୟା ନେଇ ସଠିକ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ ବୋଲି ସେ କହିଛନ୍ତି । ସଠିକ ପୂର୍ବାନୁମାନ ଫଳରେ ପ୍ରାଣ ହାନୀକୁୂ କମାଯାଇ ପାରିଛି । ଆଜି ଆସାମ, ମେଘାଳୟ, ଅରୁଣାଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସେହିପରି ଏନଡ଼ିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଯେ ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶାରେ ବେଶି କ୍ଷୟକ୍ଷତି ହୋଇନାହିଁ । ଓଡ଼ିଶାରେ ୨୪ରୁ ୪୮ଘଣ୍ଟାରେ ଜନଜୀବନ ସ୍ୱାଭାବିକ ହେବ । ପଶ୍ଚିମବଙ୍ଗରେ ୫ଲକ୍ଷ ଲୋକ ସ୍ଥାନାନ୍ତର ହୋଇଥିଲେ । ଓଡ଼ିଶାରେ ୨ଲକ୍ଷ ୩୬ହଜାର ଲୋକ ସ୍ଥାନାନ୍ତର ହୋଇଥିଲେ । ଓଡ଼ିଶାରେ ଲୋକମାନେ ଏବେ ଘରକୁ ଫେରୁଛନ୍ତି ବୋଲି ସେ କହିଛନ୍ତି । ।

Get real time updates directly on you device, subscribe now.