fbpx

୭୮ ଜଣ ପତ୍ନୀଙ୍କ ସହ ରହୁଥିବା ବ୍ୟକ୍ତିଙ୍କ କାହାଣୀ, ଜାଣନ୍ତୁ କାହିଁକି ଯିବାକୁ ପଡିଲା ଜେଲ?

Advertisement

ଓଡ଼ିଶା ଭାସ୍କର: ଆଜିକାଲି ଦେଖିବାକୁ ମିଳୁଛି ଯେ, ଅନେକ ଦମ୍ପତ୍ତି କିଛି ବର୍ଷ ସାଙ୍ଗରେ ରହିବା ପରେ ସହଜରେ ଅଲଗା ହୋଇଯାଉଛନ୍ତି। ତେବେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଗୋଟିଏ କିମ୍ବା ଦୁଇଟି ନୁହେଁ ପୂରା ୭୮ ମହିଳାଙ୍କର ସ୍ୱାମୀ ଅଟନ୍ତି । ତାଜୁକର କଥା ଏହା କି ତାଙ୍କର ସ୍ତ୍ରୀ ତାଲିକାରେ ୧୨ ବର୍ଷିୟ ନାବାଳିକା ମଧ୍ୟ ସାମିଲ ଅଛନ୍ତି । ଏବେ ଏହି ବ୍ୟକ୍ତି ଜଣଙ୍କ ଉପରେ ନେଟଫ୍ଲିକ୍ସ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବାକୁ ଯାଉଛି ।

ଏହି ଭୟକ୍ତି ଜଣଙ୍କର ନାମ ହେଉଛି ୱାରେନ୍ ଜିଫସ୍, ବର୍ତ୍ତମାନ ତାଙ୍କର ବୟସ ୬୬ ଅଟେ ଏବଂ ସେ ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ମାମଲାରେ ଆଜୀବନ ସଜା କାଟୁଛନ୍ତି । ତେବେ ଏପରି ଏକ ସମୟ ଥିଲା, ଯେଉଁ ସମୟରେ ସେ ଏକ ଅଲଗା ପ୍ରକାର ଜୀବନ ଉପଭୋଗ କରୁଥିଲେ । ତାଙ୍କର ଅନୁଗାମୀ ତାଙ୍କୁ ଇଶ୍ୱର ଭାବେ ମାନୁଥିଲେ ଏବଂ ତାଙ୍କର ଡର୍ଜନ ଡର୍ଜନ ସ୍ତ୍ରୀ ଥିଲେ ଓ ଏହା ସହିତ ସେ ଅନେକ ଶିଶୁଙ୍କର ଶୋଷଣ କରୁଥିଲେ । ଆମେରିକିୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତଥାକଥିତ ଧାର୍ମିକ ଉପଦେଶକ ୱାରେନ୍ ଜିଫସ୍ ନିଜକୁ ଭଗବାନଙ୍କ ଦୂତ ବୋଲି କହୁଥିଲେ ।

ୱାରେନ୍ କୁହନ୍ତି ଯେ, ୯୦ ଦଶକରେ ତାଙ୍କର ୧୦,୦୦୦ ରୁ ଅଧିକ ଅନୁସରଣକାରୀ ଥିଲେ। ତାଙ୍କ ଫାର୍ମ ହାଉସରେ ପ୍ରାୟ ୫୦୦ ପିଲା ଏବଂ ମହିଳା ରହୁଥିଲେ। ଏହି ସମୟ ମଧ୍ୟରେ ସେ ଏକ ୧୨ ବର୍ଷର ଝିଅକୁ ବିବାହ କରିଥିଲେ। ସେ ଏହି ବିବାହକୁ ‘ଆଧ୍ୟାତ୍ମିକ ବିବାହ’ ବୋଲି କହିଥିଲେ। ୱାରେନ୍ ଗୋଟିଏ କିମ୍ବା ଦୁଇଜଣ ନୁହେଁ ବରଂ ଦଶହଜାର ଝିଅଙ୍କୁ ଶୋଷଣ କରିଥିଲେ । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୱାରେନ୍ ଙ୍କର ପ୍ରାୟ ୭୮ ପତ୍ନୀ ଥିଲେ। ଯେଉଁଥିରୁ ୨୪ ପତ୍ନୀ କେବଳ ୧୭-୧୮ ବର୍ଷ ବୟସରେ ହୋଇଥିଲେ ।

ତେବେ ୱାରେନ୍ ଙ୍କର ଆଧିପତ୍ୟ ଅଧିକ ସମୟ ତିଷ୍ଠି ପାରିଲା ନାହିଁ ଏବଂ ସମସ୍ତ ଅଭିଯୋଗ ପରେ ସେ ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି FBI ର ରାଡାରକୁ ଆସିଥିଲେ। ପରେ ତାଙ୍କୁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରଖାଗଲା। ତାଙ୍କୁ ୨୦୦୬ ରେ ଗିରଫ କରାଯାଇଥିଲା ଏବଂ ଗୋଟିଏ ବର୍ଷ ପରେ ସମସ୍ତ ଶିଶୁ / ମହିଳା ତାଙ୍କ ଫାର୍ମ ହାଉସରେ ଚଢ଼ାଉ ପରେ ମୁକ୍ତ ହୋଇଥିଲେ।

 

Get real time updates directly on you device, subscribe now.