fbpx
BJD
BJD SKY
BJD SKY

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ: ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଫାଣ୍ଡି ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିିମ । ତେବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ ଗତକାଲି ରାତିରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସୂଚନା ମୁତାବକ ଗୁରାପଲ୍ଲୀ ଗ୍ରାମର ଭୁବନ ପାତ୍ର ଓ ପଡୋଶୀ ଘର ମଧ୍ୟରେ କିଛି ଝଗଡା ହୋଇଥିଲା । ଏନେଇ ଥାନାରେ ମାମଲା ଏକ ମାମଲା ରୁଜ୍ଜୁ ହୋଇଥିଲା ।

ତେବେ ଭୁବନ ପାତ୍ର ଙ୍କୁ ଫାଣ୍ଡି ରୁ ୪୧ ସି ଆର ପି ସି ରେ ଜାମିନ ରେ ଛାଡିବା ପାଇଁ ଏସ ଆଇ ସନ୍ତୋଷ ସ୍ୱାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ମାଡି ବସିଥିଲା । ଏସ ଆଇ ସନ୍ତୋଷ ଙ୍କ ଠାରୁ ରଙ୍ଗ ଲଗା ଟଙ୍କା ଜବତ କରି ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ । ତେବେ ଭେଜିପୁଟ ଫାଣ୍ଡି ସମେତ ଭେଜିପୁଟ ଭଡାଘର ଓ ନିଜ ଗ୍ରାମ ଗାଙ୍ଗପୁର ବାସଭବନରେ ଏକାସାଙ୍ଗରେ ଚଢ଼ାଉ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ।

 

Get real time updates directly on you device, subscribe now.