fbpx

ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସର ଚଢାଉ..,ଏକାଳୀନ ୮ଟି ସ୍ଥାନରେ ରେଡ୍

ସୁନ୍ଦରଗଡ: ଦିନକୁ ଦିନ ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଜଣେ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ତେବେ ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ରେଡ୍ ହୋଇଥିବା ସୂଚନା ମିଳିଛି ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି । ଡୁମାବାହାଲ, ଲେଫ୍ରିପଡ଼ା ଓ ସୁନ୍ଦରଗଡ଼ର ୮ଟି ସ୍ଥାନରେ ଚଢ଼ାଉ ହୋଇଛି । କୁଳମଣି ପଟେଲଙ୍କ ପୈତୃକ ଘରେ ମଧ୍ୟ ରେଡ୍ ହୋଇଥିବା ଜଣାପଡ଼ିଛି । ଡୁମାବାହାଲ ସ୍ଥିତ ୪ଟି ଘର ସମେତ ୮ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ସୁନ୍ଦରଗଡ଼ ଡିଏସପି ସୁଧାଂଶୁ ପୁଝାରୀଙ୍କ ନେତୃତ୍ୱରେ ଟିମ୍ ଚଢାଉ କରିବା ସହ ସମ୍ପତ୍ତିର ଆକଳନ ଜାରି ରଖିଛି ।

Get real time updates directly on you device, subscribe now.