fbpx

ଅଲୋଡ଼ା ହେଲା ଶିଶୁକନ୍ୟା: ଏମିତି ଜାଗାରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ

କାମାକ୍ଷାନଗର: ଦିନକୁ ଦିନ ବଢିବାରେ ଲାଗିଛି ଜାତିଗତ ବେବିଚାର । ଆଜି ବି ବିଭିନ୍ନ ସ୍ଥାନରେ ଅବହେଳିତ ହେଉଛନ୍ତି କନ୍ୟା । ଅନେକ ସ୍ଥାନରେ ଶିଶୁକନ୍ୟାଙ୍କୁ ଜନ୍ମ ପରେ ଫିଙ୍ଗି ଦିଆଯାଉଛି ତ କେତେକ ସ୍ତାନରେ ସେମାନଙ୍କୁ ମାରି ଦିଆଯାଉଥିବା ଘଟଣା ଦେଖିବାକୁ ମିଳୁଛି । ତେବେ ଠିକ ଏହିପରି ଏକ ସମାନ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ନାଳ ଭିତରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲୋ ଗାଁରେ । ଏଠାରେ ପୁଣି ପରିବାର ପାଇଁ ବୋଝ ପାଲଟିଯାଇଛି ଗୋଟିଏ ଶିଶୁକନ୍ୟା । ତେଣୁ ତାକୁ ଗାଁର ଏକ ନାଳ ଭିତରକୁ ଫିଙ୍ଗି ଦିଆଯାଇଛି । ଗ୍ରାମର ଶବରସାହି ନିକଟରୁ ଗୋଟିଏ ଏହି ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ମୃତ ଦେହଟି ପ୍ରାୟ ୨ ରୁ ୩ ଦିନ ହେବ ବୋଲି ଅନୁମାନ କରାଯାଉଛି । ଯଦିଓ କିଏ କାହିଁକି ଶିଶୁଟିକୁ ଫୋପାଡ଼ି ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ, ତଥାପି ଜନ୍ମ କଲା ପରେ ନବଜାତ ଶିଶୁଟିକୁ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି ।

ସେପଟେ ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶିଶୁଟିକୁ ଉଦ୍ଧାର କରିଥିଲେ । ତେବେ ଗତ କିଛି ଦିନ ତଳେ ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗାଁରେ ଏକ ପୋଖରୀରୁ ଅପରିପକ୍ୱ ଅବସ୍ଥାରେ ୩ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କଙ୍ଗେଇଲୋ ଗାଁରେ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।

 

Get real time updates directly on you device, subscribe now.