fbpx

Video: ତାଲା ଭାଙ୍ଗି ଘରେ ପଶି ମୁଡି ଖାଇଲେ, ସୁନା ଓ ଟଙ୍କା ସହ ନୂଆ ଶାଢୀ ଦେଖି ଲୁଟିନେଲେ

ପାଟକୁରା: ଅଜବ ଏ ଚୋର, ଗଜବ ତାଙ୍କ ଚୋରି କରିବାର ଅନ୍ଦାଜ। ଚୋରି ତ ଆପଣ ବହୁତ ଦେଖିଥିବେ ଆଉ ଶୁଣିଥିବେ ମଧ୍ୟ। କିନ୍ତୁ ମୁଡି ଖାଇ ଚୋରି କରିବା କଣ ଆପଣ କେବେ ଶୁଣିଛନ୍ତି କି। ହଁ ଆଜ୍ଞା ଏମାନେ ହେଉଛନ୍ତି ମୁଡି ଖିଆ ଚୋର, ମାନେ ଏମାନେ ମୁଡି ଚୋରି କରି ଖାଉନାହାନ୍ତି। ବରଂ ମୁଡି ଖାଇ ସୁନା ଚୋରି କରୁଛନ୍ତି। ଆଉ ଏଭଳି ମୁଡି ଖିଆ ଚୋରଙ୍କର କଳା କାରନାମା କଏଦ ହୋଇଛି ସିସିଟିଭି କ୍ୟାମେରାରେ । ଦେଖନ୍ତୁ ଏହି ସିସିଟିଭି ଫୁଟେଜକୁ କିଭଳି ତାଲା ଭାଙ୍ଗି ଜଣଙ୍କ ଘରେ ପଶୁଛନ୍ତି ଏହି ଚୋର ଦଳ।

ଘରେ କେହି ନଥିବା ବେଳେ ଚୋର ମାନେ ଘରେ ପଶିଲେ.. ଘରେ ଥିବା ମୁଢି ଖାଇଲେ ତା ପରେ ଟଙ୍କା ଓ ସୁନା ଲୁଟି ଫେରାର ହେଲେ ଲୁଟେରା ଦଳ। ସିସି ଟିଭି ରେ କଏଦ ହୋଇଛି ଲୁଟେରା ଙ୍କ ପ୍ରବେଶ ଓ ବାହାରିବାର ଭିଡିଓ। ପାଟକୁରା ଥାନା ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଗଜିପୁର ଗ୍ରାମ ରେ ଗତକାଲି ବିଳମ୍ବିତ ରାତି ରେ ଲୁଟେରା ଧୁମ ମଚାଇଛନ୍ତି। ଗୋଟିଏ ଗ୍ରାମର ଦୁଇ ଜଣ ଙ୍କ ଘରେ ପଶି ଟଙ୍କା, ସୁନା ଓ ଶାଢ଼ୀ ଲୁଟିଛନ୍ତି।
ଗଜିପୁର ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା ଘର ତାଲା ପକାଇ ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତି ରେ ପାଞ୍ଚ ରୁ ଛଅ ଜଣ ଯୁବକ ଘର ତାଲା ଭାଙ୍ଗି ଘରେ ପଶି ଆଲମାରୀ ତାଡି ଟଙ୍କା ଓ ସୁନା ନେଇ ଯାଇଥିଲେ. ଘରେ ଥୁଆ ଯାଇଥିବା ଚୁଡାଭଯା, ମିକ୍ସଚର, ମୁଢି ମଧ୍ୟ ଖାଇଦେଇଥିଲେ।

ସେହିପରି ସମୀପ ବର୍ତ୍ତୀ ଧାନ ମଣ୍ଡଳ ଗ୍ରାମ ର ଲଷ୍ମୀଧର ସ୍ୱାଇଁ ଙ୍କ ଘରେ ମଧ୍ୟ ଏହି ଚୋର ମାନେ ପଶିଥିଲେ ଓ ଘର ଟ୍ରଙ୍କ ତାଡି ଅନେକ ଦାମୀ ପୋଷାକ ଓ ଶାଢ଼ୀ ଚୋରି କରିଥିଲେ।ଚୋର ମାନେ ଘରେ ପଶୁଥିବା ର ଭିଜୁଆଲ ସିସି ଟିଭି ରେ କଏଦ ହୋଇଥିଲା। ତା ମଧ୍ୟ ରୁ ଗୋଟିଏ ସିସି ଟିଭି କୁ ଲୁଟେରା ମାନେ ବାଡେଇ ଭାଙ୍ଗି ଦେଇଥିଲେ।

 

 

Get real time updates directly on you device, subscribe now.