ଅବିବାହିତାଙ୍କ ପାଇଁ ପେନସନ, ନୂତନ ଯୋଜନାର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ହରିୟାଣା : ସରକାର ବର୍ତ୍ତମାନ ଅବିବାହିତାଙ୍କୁ ପେନସେନ ଦେବାର ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏକ ମାସ ଭିତରେ ଏହା ଉପରେ ନିଷ୍ପତି ନିଆଯିବ । ଏହି ଯୋଜନା ପକ୍ଷରୁ ସେହି ଲୋକଙ୍କୁ ଲାଭ ଦିଆଯିବ, ଯେଉଁ ବ୍ୟକ୍ତିର ବା ମହିଳାର ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ । ଏଭଳି ପେନସନ ଯୋଜନା ଆଣିବାର ପ୍ଲାନ ହରିୟାଣା ସରକାର ତରଫରୁ ପ୍ରଥମେ ଆରମ୍ଭ କରାଗଲା । ସରକାରଙ୍କ ଏହି ଯୋଜନାରେ ୪୫-୬୦ ବର୍ଷର ଅବିବାହିତା ଲୋକଙ୍କୁ ପେନସନ ଦେବା ।

ସୂଚନା ଅନୁସାରେ, ଏହି ପେନସନରେ ମହିଳା ଏବଂ ପୁରୁଷ ଉଭୟଙ୍କୁ ଲାଭ ମିଳିବ । ଏହା ବର୍ତ୍ତମାନ କେବଳ ହରିୟାଣାର ନିବାସୀ ଏବଂ ଅବିବାହିତା ଲୋକଙ୍କୁ ଯୋଗାଇ ଦିଆଯିବ । ଏହା ବ୍ୟତୀତ ଅବିବାହିତାଙ୍କ ବାର୍ଷିକ ଆୟ ୧.୮୦ ଲକ୍ଷରୁ ଅଧିକ ହେବ ନାହିଁ । କିଛି ରିପୋର୍ଟ ଅନୁସାରେ କୁହାଯାଇଛି ଯେ, ଏହି ଯୋଜନାରେ କେବଳ ୧.୨୫ ଲକ୍ଷ ଲୋକଙ୍କୁ ପେନସନର ଲାଭ ମିଳିପାରିବ । ବର୍ତ୍ତମାନ ହରିୟାଣାର ସରକାର ନାଗରୀକଙ୍କୁ ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା ଦେଉଛି ।

ହରିୟାଣାର ମୁଖ୍ୟ ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଏହାକୁ ନେଇ ଖୁବ ଶୀଘ୍ର କିଛି ନିଷ୍ପତି ନିଆ ଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ପେନସନରେ କେତେ ଟଙ୍କା ମିଳିବ ଏବଂ ଏହାର ଲାଭ କିପରି ମିଳିବ ଆଦିର ନିଷ୍ପତି ଯୋଜନାର ମଞ୍ଜୁରୀ ମିଳିବା ପରେ ନିଆଯିବ ବୋଲି କୁହାଯାଇଛି ।