fbpx

ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ନୂଆପଡା,୧ ।୩(ଓଡିଶା ଭାସ୍କର): ନୂଆପଡା ଜିଲ୍ଲାର ଏକ ସେବାଶ୍ରମ ସ୍କୁଲ ପାଖ ଗଛରୁ ୨ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ସ୍କୁଲର ୩ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ । ଏହି ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଛି । ମାଟ୍ରନ ସତ୍ୟବ୍ରତ ଉଜିରଙ୍କୁ ମଧ୍ୟ ବରଖାସ୍ତ କରିଛନ୍ତି ଜିଲ୍ଲାପାଳ । କର୍ତ୍ତବ୍ୟରେ ଅବହେଳା ପାଇଁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଧରବନ୍ଧର ଥାନା ଅଞ୍ଚଳ ସେବାଶ୍ରମ ସ୍କୁଲ ପାଖରୁ ଜଣେ ନାବାଳକ ଓ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ସହ ନାବାଳକର ମୃତଦେହ ଏକ ଗଛରୁ ଉଦ୍ଧାର ହୋଇଥିଲା । ଉଭୟ ନାବାଳିକ ଓ ନାବାଳିକାର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇଥିବା ବେଳେ ଧରମବନ୍ଧା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.