fbpx

‘ଖେଲୋ ଇଣ୍ଡିଆ’ କ୍ରୀଡାର ଉଦଯାପନୀ କାର୍ଯ୍ୟକ୍ରମ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆଜି ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହା ସହ କେନ୍ଦ୍ର ଓ ରାଜ୍ୟ କ୍ରୀଡା ମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଖେଲୋ ଇଣ୍ଡିଆର ୧୭ଟି ବର୍ଗରେ ୧୫୦ ବିଶ୍ୱବିଦ୍ୟାଳୟର ୩୫୦୦ କ୍ରୀଡାବିତମାନେ ଭାଗ ନେଇଥିବା ଜଣାପଡିଛି ।

ତେବେ କାଶ୍ମୀରରେ ୭ ମାର୍ଚ୍ଚରୁ ‘ଖେଲୋ ଇଣ୍ଡିଆ’ର ୱିଣ୍ଟର ଗେମ୍ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ୨ ହଜାର କ୍ରୀଡାବିତ ଯୋଗଦେବେ । ପ୍ରଥମଥର ପାଇଁ ଭାରତରେ ୱିଣ୍ଟର ଗେମ୍ ହେବାକୁ ଯାଉଛି । ଏନେଇ ଆଜି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରଜ୍ଜୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.