fbpx

“ମା’ର ଯତ୍ନ ନେବା ପାଇଁ ଘର ନୁହେଁ, ହୃଦୟ ବଡ ହେବା ଉଚିତ୍ ‘, ଜାଣନ୍ତୁ କେଉଁ ପରିସ୍ଥିତିରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଲେ

ନୁଆଦିଲ୍ଲୀ: ମା’ର ଯତ୍ନ ପଇଁ ଘର ନୁହେଁ, ହୃଦୟରେ ଜାଗା ଆବଶ୍ୟକ । ସୁପ୍ରିମକୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୮୯ ବର୍ଷୀୟ ମା’ଙ୍କ ସମ୍ପତ୍ତି ବିକ୍ରି ରୋକିବା ପାଇଁ ଆଦେଶ ଦେବା ସହ ଏହି ଟିପ୍ପଣି ଦେଇଛନ୍ତି । ବୃଦ୍ଧ ମହିଳା ଡିମେନ୍ସିଆର ଶେଷ ପର୍ଯ୍ୟାୟରେ (ସ୍ମୃତି ଶକ୍ତି ସହିତ ଜଡିତ ରୋଗ)ରେ ପିଡ଼ିତ । ମହିଳା ଜଣଙ୍କୁ କହିବା କିମ୍ବା ସଙ୍କେତ ଦ୍ୱାରା ସେ କିଛି ବୁଝି ପାରନ୍ତି ନାହିଁ । କୋର୍ଟ ତାଙ୍କର ପୁଅଙ୍କୁ କହିଛନ୍ତି ଯେ, ଆପଣ କେବଳ ନିଜ ମା’ଙ୍କ ସମ୍ପତ୍ତି ଉପରେ ଅଗ୍ରହ ରଖୁଛନ୍ତି । ଦେଶରେ ସମସ୍ତ ବରିଷ୍ଠ ନାଗରୀକଙ୍କ ସ୍ଥିତି ଏହିପରି ।

ମାମଲାର ଶୁଣାଣି କରି ଜଷ୍ଟିସ ଡିୱାୟି ଚନ୍ଦ୍ରଚୁଡ଼ ଏବଂ ସୁର୍ଯ୍ୟକାନ୍ତ ଜାଣୀବାକୁ ପାଇଥିଲେ ଯେ, ପୁଅ ତାଙ୍କ ଗମ୍ଭିର ଭାବରେ ରୋଗରେ ପିଡ଼ିତ ମା’ଙ୍କୁ ରେଜିଷ୍ଟର ନେଇଯାଇଥିଲା । ତାଙ୍କର ଟିପ ଚିହ୍ନ ନେବାକୁ । ଯାହା ଦ୍ୱାରା ସେ ୨ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିପାରିବେ । ମାମଲାରେ ସମ୍ପୃକ୍ତ ବୈଦେହୀ ସିଂଙ୍କର ଚାରି ପୁଅ ଏବଂ ଦୁଇ ଝିଅ ଅଛନ୍ତି । ସବୁଠୁ ବଡ଼ ପୁଅ କୃଷ୍ଣକୁମାର ତାଙ୍କୁ ନିଜ ପାଖରେ ରଖିଥିଲେ । ତାଙ୍କର ବିଗୁଡ଼ୁଥିବା ସ୍ଥିତି ଦେଖି ଝିଅ ପୁଷ୍ପା ଏବଂ ଗାୟତ୍ରୀ ତାଙ୍କର ଯତ୍ନ ନେବାକୁ ପ୍ରସ୍ତାବ ଦେଇଥିଲେ ।

ଦୁଇ ଝିଅ ୨୦୧୯ରେ କୋର୍ଟରେ ପିଟିସନ ଦାୟର କରିଥିଲେ କି ସେମାନେ ମା’ଙ୍କର ଯତ୍ନ ନେବାକୁ ତାଙ୍କୁ ନିଜ ପାଖକୁ ନେଇ ପାରିବେ । ଦୁହେଁ ଆରୋପ ଲଗାଇଥିଲେ ଯେ କୃଷ୍ଣ କୁମାର ତାଙ୍କୁ ମା’ଙ୍କ ସହ ଦେଖା କରିବାକୁ ଦେଉ ନଥିଲେ । ସୁପ୍ରିମକୋର୍ଟରେ କୃଷ୍ଣ କୁମାରଙ୍କ ପକ୍ଷରୁ ହାଜର ହୋଇଥିବା ପରାମର୍ଶଦାତା କହିଛନ୍ତି ଯେ ତାଙ୍କ ଭଉଣୀ ନୋଏଡାର କେବଳ ଦୁଇଟି ବେଡରୁମ ଫ୍ଲାଟରେ ରୁହନ୍ତି। ସେଠାରେ ମା’ଙ୍କୁ ରଖିବା କଷ୍ଟକର ହେବ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ସ୍ଥାନଟି କେତେ ବଡ଼ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ହୃଦୟ କେତେ ବଡ ତାହା ଗୁରୁତ୍ୱପୂର୍ଣ୍ଣ ।

ତେବେ ଏହି ଘଟଣାର ଶୁଣାଣି ଆଗାମୀ ୧୭ ମେ ରେ ହେବ ବଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଆଦେଶ ପର୍ଯ୍ୟନ୍ତ ସମ୍ପତ୍ତି ବିକ୍ରିକୁ ନେଇ କୌଣସି ଡିଲ ହେବ ନାହିଁ । ଏହା ସହ ମା’ଙ୍କୁ ବେଟିବାକୁ ଭାଇ ଭଉଣି କାହାକୁ ରୋକିବେ ନାହିଁ ।

Get real time updates directly on you device, subscribe now.