fbpx

ପଞ୍ଜାବ ବିପକ୍ଷରେ ଚାଲିଲା ଦ ଶାର୍ଦ୍ଦୁଳ ଶୋ’: ଠାକୁର ଝଡ ଆଗରେ ତିଷ୍ଠି ପାରିଲାନି ମୟଙ୍କ ସେନା

ମୁମ୍ବାଇ: ପଞ୍ଜାବ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ମାର୍ଶଙ୍କ ଧୂଆଁଦାର ବ୍ୟାଟିଂ ପରେ ଦ୍ୱିତୀୟ ଇନିଂସରେ ଦେଖିବାକୁ ମିଳିଥିଲା ଶାର୍ଦ୍ଦୁଳ ଶୋ’ । ଶାର୍ଦ୍ଦୁଳ ଠାକୁରଙ୍କ ଦମଦାର ବୋଲିଂ ବଳରେ ଏହି ବିଜୟକୁ ଆହୁରି ସହଜ କରି ପାରିଛି ପନ୍ତ ପାୱାର । ଫଳରେ ମ୍ୟାଚକୁ ୧୭ ରନରେ ନିଜ କବଜାରେ କରିନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ତା ସହିତ ପ୍ଲେଅଫ ପାଇଁ ଆଉ ଏକ ପାଦ ଆଗକୁ ବଢାଇଛି ଦବଙ୍ଗ ଦିଲ୍ଲୀ ।
୧୬୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଜନି ବେୟାରଷ୍ଟୋ ଏବଂ ଶିଖର ଧୱନ ଦମଦାର ଆରମ୍ଭ କରିଥିଲେ । କିନ୍ତୁ ଏହାକୁ ଏକ ବଡ ଭାଗିଦାରୀରେ ପରିଣତ କରିବା ପୂର୍ବରୁ ଚତୁର୍ଥ ଓଭରରେ ଶିଖରଙ୍କ ସାଥ ଛାଡିଥିଲେ ବେୟାରଷ୍ଟୋ । ୧୫ ବଲରେ ୨୮ ଧୂଆଁଦାର ପାଳି ଖେଳି ନୋକିଆଙ୍କ ଶିକାର ହୋଇଥିଲେ । ଏହି ୱିକେଟ ପାଲଟିଥିଲା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ । ଆଉ ଏହିଠାରୁ ଦିଲ୍ଲୀ କ୍ୟାପିଟାଲ୍ସ କରିଥିଲା ଜବରଦସ୍ତ କମବ୍ୟାକ । ଏହାପରେ ପ୍ରାୟ ପ୍ରତ୍ୟେକ ଓଭରରେ ଦଳକୁ ସଫଳତା ଦେଇ ଚାଲିଲେ ଦିଲ୍ଲୀର ବୋଲର । ସେପଟେ ନିରନ୍ତର ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା ପଞ୍ଜାବ । ଉଭୟ ଓପନରଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୫ ରନ କରିବାରେ ମଧ୍ୟ ଅସଫଳ ହୋଇଥିଲେ ।
Who is Jitesh Sharma? - All you need to know about Punjab Kings' dashing wicketkeeper-batter Who is Jitesh Sharma, all you need to know about Punjab Kings's steal for INR 20 Lakhs
ଏହି ସମୟରେ ୱିକେଟ କିପର ଜିତେଶ ଶର୍ମା ଦଳ ପାଇଁ ସାଜିଲେ ସଙ୍କଟ ମୋଚକ । ପଡିଆରେ ପାଦ ରଖୁ ରଖୁ ଆରମ୍ଭ କରିଥିଲେ ଦମଦାର ବ୍ୟାଟିଂ । ଶେଷରେ ଜିତେଶ ରାହୁଲ ଚହରଙ୍କ ସାଥ ପାଇଥିଲେ । କିନ୍ତୁ ୧୮ତମ ଓଭରରେ ବଡ ଶଟ ଖେଲିବାକୁ ଯାଇ ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ ହୋଇ ଫେରିଯାଇଥିଲେ ଜିତେଶ ଶର୍ମା । ୩୪ ବଲରେ ୪୪ ରନ କରି ପାଭିଲିୟନ ଫେରି ଯାଇଥିଲେ ଜିତେଶ । ସେହି ଓଭରର ଶେଷ ବଲରେ କାଗିସୋ ରାବାଡାଙ୍କ ଶିକାର ମଧ୍ୟ କରିଥିଲେ ଶାର୍ଦ୍ଦୁଳ । ଶେଷ ଓଭରରେ ବିଜୟ ପାଇଁ ୨୬ ରନ ଅବଶ୍ୟକ ଥିବା ବେଳେ ଏହି ମ୍ୟାଚକୁ ୧୭ ରନରେ ହାତେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।
Mumbai : PDC's Shardul Thakur celebrates a dismissal during the match between PBKS and DC
ତେବେ ଦିଲ୍ଲୀ ପକ୍ଷରୁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ଶାର୍ଦ୍ଦୁଳ ଠାକୁର । ୪ ଓଭରରେ ୩୬ ରନ ବ୍ୟୟ କରିଥିଲେ ବି ୪ଟି ମୂଲ୍ୟବାନ ୱିକେଟ ହାସଲ କରିଛନ୍ତି ଠାକୁର । ଜନି ବେୟାରଷ୍ଟୋ, ଶିଖର ଧୱନଙ୍କ ସହିତ ଜିତେଶ ଶର୍ମା ଏବଂ ରାବାଡାଙ୍କୁ ପାଭିଲିୟନର ରାସ୍ତା ଦେଖାଇ ଦିଲ୍ଳୀକୁ ବିଜୟ ଭେଟି ଦେଇଛନ୍ତି । ତାଙ୍କ ବ୍ୟତୀତ ଅକ୍ସର ପଟେଲ ଏବଂ କୁଳଦୀପ ଯାଦବ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ନୋକିଆ ମଧ୍ୟ ଗୋଟିଏ ସଫଳତା ପାଇଛନ୍ତି । ତେବେ ଏହି ବିଜୟ ସହ ଦିଲ୍ଲୀ ପ୍ଲେଅଫ ପାଇଁ ଆଉ ୨ ପଏଣ୍ଟ ନିଜ ଖାତାରେ ସାମିଲ କରିଛି ।

Get real time updates directly on you device, subscribe now.