fbpx

ଗହମ ରପ୍ତାନି ବନ୍ଦ କରିବା ପାଇଁ ଭାରତର ସମର୍ଥନ କଲା ଚୀନ୍ , କହିଲା ଆମ ଭଳି ଲୋକଙ୍କୁ ଦୋଷ ଦେବା ଭୁଲ୍

ନୁଆଦିଲ୍ଲୀ: ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ଗହମର ରପ୍ତାନୀକୁ ବନ୍ଦ କରିଛନ୍ତି । ଭାରତ ପ୍ରତିବନ୍ଧକ ଲଗାଇବା ପରେ ୟୁରୋପ ବଜାରରେ ଗହମର ଦାମ ବୃଦ୍ଧି ପାଇଥିଲା । କାରଣ ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପୂରା ବିଶ୍ୱରେ ପେଟ୍ରୋଲ ଡିଜେଲ ସହ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଭାରତର ଏହି ନିଷ୍ପତିକୁ ଜି-୭ ରାଷ୍ଟ୍ର ସମୁହ ବିରୋଧ କରିବା ସହ ଏହି ବିଷୟରେ ଆଉ ଥରେ ଚିନ୍ତା କରିବାକୁ ଭାରତକୁ ପ୍ରସ୍ତାବ କହିଥିଲେ ।
ବର୍ତ୍ତମାନ ଚାଇନା ଭାରତର ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ତେବେ ଗତ ଏପ୍ରିଲ ମାସରେ ଭାରତରେ ପ୍ରବଳ ଗରମ ପ୍ରଭାବରେ ଗହମ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି କାରଣରୁ ଏବେଠୁ ଭାରତୀୟ ବଜାରରେ ଗହମର ଦାମ ବୃଦ୍ଧି ପାଇବାରେ ଲାଗିଲାଣି । ରପ୍ତାନି ଉପରେ ନିଷେଧାଦେଶ ସମ୍ପର୍କରେ ଚୀନ୍‌ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ କହିଛି ଯେ ଆମର ଦୋଷ କ’ଣ?
ଜି-୭ ରାଷ୍ଟ୍ର ସମୁହ ଦେଶ ଏହି ରପ୍ତାନି ନିଷେଧ ପାଇଁ ଭାରତକୁ ସମାଲୋଚନା କରିଥିଲେ । ଚୀନ୍ କହିଛି ଯେ ଜି -୭ ଦେଶର କୃଷି ମନ୍ତ୍ରୀମାନେ ଭାରତରୁ ଗହମ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ଦାବି କରୁଛନ୍ତି। କାହିଁକି ସେହି ଦେଶମାନେ ଖାଦ୍ୟ ବଜାରକୁ ସ୍ଥିର କରିବାକୁ ଚେଷ୍ଟା କରନ୍ତି ନାହିଁ? ଚୀନ୍ କହିଛି, ଗହମ ଉତ୍ପାଦନକାରୀ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଦେଶ । ଯେତେବେଳେ କି ଆମେରିକା, କାନାଡା, ୟୁରୋପ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ଅଧିକ ରପ୍ତାନି କରୁଥିଲେ । ପ୍ରଶ୍ନ ଉଠିଛି ଯେ ଏହି ଦେଶ ଗୁଡ଼ିକ ଗହମ ରପ୍ତାନି କାହିଁକି କମ୍ କଲେ?
ଚୀନ ଗଣମାଧ୍ୟମ ଖୋଲାଖୋଲି ଭାବରେ ଭାରତର ସମର୍ଥନ କରି କହିଛି ଯେ, ଯେଉଁ ଦେଶ ନିଜର ଲୋକଙ୍କୁ ଗହମ ଯେଅଗାଇଥଏ । ଏବଂ ବହୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରୁଛି, ଏହାକୁ କାହିଁକି ସମାଲୋଚନା କରାଯାଉଛି। ଗ୍ଲୋବାଲ ଟାଇମ୍ସ ଆହୁରି ମଧ୍ୟ କହିଛି ଯେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଋଷ  ଉପରେ ଲାଗିଥିବା ପ୍ରତିବନ୍ଧକ ଏହି ସଙ୍କଟର କାରଣ। ଏହି କାରଣରୁ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ପାଇଛି । ଯଦି ସମୟର ଯତ୍ନ ନିଆ ନ ଯାଏ, ତେବେ ବିଶ୍ୱର ଏକ ବୃହତ ଜନସଂଖ୍ୟା ଦାରିଦ୍ର ଆଡକୁ ଯିବ ।

Get real time updates directly on you device, subscribe now.