fbpx

କମେଡ଼ିଆନ୍ ଭାରତୀ ସିଂହଙ୍କ ନାମରେ ଦାୟର ହେଲା FIR, ଦାଢ଼ୀ-ନିଶକୁ ନେଇ ଜୋକ ମାରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: କମେଡ଼ିଆନ୍ ଭାରତୀ ସିଂହଙ୍କ ନାମରେ ଏଫଆଇଆର ଦାୟର ହୋଇଛି । ଦାଢ଼ୀ-ନିଶକୁ ନେଇ ଜୋକ ମାରିବା ପରେ ଏସଜିପିସି ପକ୍ଷରୁ ଏହି ଏଫଆଇଆର ଦାୟର ଦର୍ଜ କରାଯାଇଛି । ଭାରତୀଙ୍କ ବିରୋଧରେ ଏସଜିପିସି ପକ୍ଷରୁ ଥାନେ ପୋଲିସରେ ଆଇପିସିର ସେକ୍ସନ ୨୯୫-ଏରେ ଅଭିଯୋଗ ହୋଇଛି । ନିଜ ବନ୍ଧୁ ଜୈସ୍ମିନ ଭସିନଙ୍କ ସହ ଏକ ଚାଟ ଶୋ’ରେ ଭାରତୀ ଦାଢ଼ୀ-ନୀଶକୁ ନେଇ ମଜା କରିଥିଲେ ।

ପଞ୍ଜାବ ନିବାସୀ ଭାରତୀଙ୍କର ଏହି ଜୋକକୁ ନେଇ ଶିଖ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା । ପଞ୍ଜାବ ସହ ଅନ୍ୟ ରାଜ୍ୟରୁ ଭାରତୀଙ୍କୁ କଡ଼ା କମେଣ୍ଟ କରାଯାଇ ବିରୋଧ କରାଯାଇଥିଲା । ଗୋଟିଏ ସାମାନ୍ୟ ଜୋକ ପାଇଁ ମାମଲା ଯେ ଏତେ ଆଗକୁ ବଢ଼ିଯିବ ଏକଥା ବୋଧହୁଏ କେବେ ଅନ୍ଦାଜ ଲଗାଇ ପାରିନଥିବେ ଭାରତୀ ।

ତେବେ ଏଫଆଇଆର ଦାୟର ହେବା ପରେ ଭାରତୀଙ୍କ ସମସ୍ୟା ବଢ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତୀ ଓ ତାଙ୍କ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ସୂଚନାଯୋଗ୍ୟ ଯେ, ଭାରତୀ ଓ ତାଙ୍କ ପତି ବର୍ତ୍ତମାନ ଖତରା ଖତରା ଶୋ’ର ହୋଷ୍ଟ କରୁଛନ୍ତି । ଏହି ଶୋ’ ଭାରତୀଙ୍କର ନିଜସ୍ୱ ଶୋ’ ହୋଇଥିବା ବେଳେ ସେଥିରେ ହର୍ଷ, ଫରାହ ଖାନ ମଧ୍ୟ ସାମିଲ ଅଛନ୍ତି ।

Get real time updates directly on you device, subscribe now.