ଆହୁରି ବଢିବ ତାତିର ପ୍ରକୋପ, ଛଟପଟ ହେବେ ରାଜ୍ୟବାସୀ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆହୁରି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ତାତିର ପ୍ରକୋପ । ତିନି ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୩ରୁ ୧୫ ତାରିଖ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ । ମେ’ ୧୩ରେ ଉପକୂଳ, ପାଶ୍ୱର୍ବର୍ତ୍ତୀ ୯ ଜିଲ୍ଲାଜୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଉଷ୍ଣ ଓ ଆର୍ଦ୍ରସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସାଢେ ୨ଟାରେ ଛୁଇଁଲା ୪୩ ଡିଗ୍ରୀ: ରାଜ୍ୟରେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେଉଛି । ସାଢେ ୨ଟାରେ ୪୩ ଡିଗ୍ରୀ ଛୁଇଁଛି ପାରଦ । ସମ୍ବଲପୁରରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର ଓ ହୀରାକୁଦରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିଲା । ରାଉରକେଲା-୪୦ ଡିଗ୍ରୀ, ଚାନ୍ଦବାଲି-୩୯.୨ ଡିଗ୍ରୀ, ବାଲେଶ୍ୱର-୩୮.୨, ଝାରସୁଗୁଡ଼ା-୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି ।