fbpx

ବଢିଲା ଟ୍ରମ୍ପଙ୍କ ଅଢୁଆ : ହାଉସ୍ ଅଫ୍ ରିପ୍ରେଜେଣ୍ଟଟିଭରେ ପାସ୍ ହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ,୧୯ ।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ ଝଟକା । ହାଉସ୍ ଅଫ୍ ରିପ୍ରେଜେଣ୍ଟଟିଭରେ ଟ୍ରମ୍ପଙ୍କ ବିରୋଧରେ ପାସ୍ ହୋଇଛି ମହାଭିଯୋଗ ପ୍ରସ୍ତାବ । ବହୁ ତର୍କ ବିତର୍କ ପରେ ମତଦାନ ହୋଇଥିଲା । ମହାଭିଯୋଗ ପ୍ରସ୍ତାବକୁ ନେଇ ସିନେଟରେ ମଧ୍ୟ ଭୋଟିଂ ହେବ ।

ତେବେ ଟ୍ରମ୍ପ କ୍ଷମତାର ଦୁରୁପଯୋଗ ନେଇ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ୍ ହୋଇଛି । ଗୃହରେ ୧୯୭ ତୁଳନାରେ ଟଅମ୍ପଙ୍କ ବିପକ୍ଷରେ ୨୩୦ ଭୋଟ୍ ପଡିଥିଲା । ଆମେରୀକାର ଇତିହାସରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଯାହା ବିରୁଦ୍ଧରେ ମହାଭିଯୋଗ ଅଣାଯାଇଛି । ଅପର ପକ୍ଷରେ ଟ୍ରମ୍ପ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ନିରାଧାର ବୋଲି କହିଛନ୍ତି ।

Get real time updates directly on you device, subscribe now.