fbpx

ରାଜ୍ୟସଭାରେ କରୋନା ପ୍ରସଙ୍ଗ

ନୂଆଦିଲ୍ଲୀ,୫ ।୩: ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି କରୋନା ଭାଇରସ୍ । ରାଜ୍ୟସଭାରେ ଆଜି ଉଠିଛି ଏହି ପ୍ରସଙ୍ଗ । କରୋନା ଭୂତାଣୁ ପ୍ରସଙ୍ଗରେ ବିବୃତି ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ସେ କହିଛନ୍ତି ଯେ, ‘ଭାରତ ସରକାର କରୋନା ପାଇଁ ବିଭିନ୍ନ ପଦକ୍ଷେପମାନେ ନେଉଛନ୍ତି । ଲୋକମାନଙ୍କୁ ସାମଧାନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ମେଡିକାଲରେ ଆଇସୋଲେସନ ୱାର୍ଡ ହୋଇଛି । ସଂକ୍ରମିତ ହେବାର ୧୪ ଦିନ ମଧ୍ୟରେ ଏହି ରୋଗ ଜଣାପଡିଥାଏ ।’

ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ୨୯ ଟି କରୋନା ମାମଲା ସାମ୍ନାକୁ ଆସିଛି । ଭାରତରେ ୨୮,୫୨୯ ଜଣଙ୍କ ଉପରେ ନଜର ରହିଛି । ବିଦେଶରୁ ଆସୁଥିବା ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଇଟାଲିରୁ ଆସିଥିବା ପର୍ଯ୍ୟଟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ଦକ୍ଷିଣ କୋରିଆ, ଚୀନ୍, ଇଟାଲି ଓ ଜାପାନକୁ ଭିସା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । ୨୧ଟି ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.