fbpx

ଟିଭିରେ ଆଉ ଫେରିବନି ଦ କପିଲ ଶର୍ମା ଶୋ’?: ଜାଣନ୍ତୁ ପ୍ରକୃତ ଘଟଣା

Advertisement

ନୂଆଦିଲ୍ଲୀ: ଟେଲିଭିଜନରୁ ବିଦାୟ ନେଇ ସାରିଛି ଲୋକପ୍ରିୟ କମେଡି ପ୍ରୋଗ୍ରାମ ଦ କପିଲ ଶର୍ମା ଶୋ’ । କେବଳ ସେତିକି ନୁହେଁ ସମସ୍ତ ଷ୍ଟାର ଶୋ’ର ରାପ୍ଅପ୍ ଫଟୋ ସୋଶିଆଲ ମିଡିଆରେ ମଧ୍ୟ ପୋଷ୍ଟ କରି ସାରିଛନ୍ତି । ତେବେ କିଛି ଦିନର ବ୍ରେକ ପରେ ଶୋ’ ପୁଣିଥରେ କମବ୍ୟାକ କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଶୋ’ ଆଗକୁ ଟିଭିରେ କମବ୍ୟାକ କରି ନ ପାରେ ବୋଲି ଚର୍ଚ୍ଚା ହେଉଛି ।

ଲୋକପ୍ରିୟ କମେଡି ପ୍ରୋଗ୍ରାମ ଦ କପିଲ ଶର୍ମା ଶୋ’ ଏବେ ଓଟିଟି ପ୍ଲାଟଫର୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେଣୁ ଶୋ’ ଏବେ ଟିଭି ବଦଳରେ ଓଟିଟି ପ୍ଲାଟଫର୍ମରେ କମବ୍ୟାକ କରିପାରେ । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳି ପାରିନାହିଁ । ଶୋ’ର ହୋଷ୍ଟ କପିଲ ଶର୍ମା କେବଳ ଟିଭିରେ ସୀମିତ ହୋଇ ରହିବା ପାଇଁ ଚାହୁଁ ନାହାନ୍ତି । ତେଣୁ ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିପାରନ୍ତି କପିଲ ଶର୍ମା ।

 

View this post on Instagram

 

A post shared by Kapil Sharma (@kapilsharma)

ଏବେ କପିଲ ନିଜ ଟିମ ସହିତ କାନାଡା ଟୁରରେ ଯାଉଛନ୍ତି । କପିଲଙ୍କ ବ୍ୟତୀତ ଚନ୍ଦନ, ପ୍ରଭାକର, କୃଷ୍ଣା ଅଭିଷେକ, କୀକୁ ଶାରଦା ଏବଂ ସୁମୋନା ଚକ୍ରବର୍ତ୍ତୀ ମଧ୍ୟ କାନାଡା ଟୁରରେ ଯାଉଛନ୍ତି । ଏହି କାରଣରୁ ବର୍ତ୍ତମାନ ଶୋ’ ବନ୍ଦ ରହିଥିବା ବେଳେ ଆଗକୁ ଏହା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.