fbpx

ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚିଗଲା ଟ୍ରେନ୍, ଖୁସିରେ ଯାତ୍ରୀ କଲେ ଏମିତି…

Advertisement

ଭାରତୀୟ ରେଳକୁ ଦେଶର ଲାଇଫଲାଇନ ବୋଲି କୁହାଯାଏ । ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିବା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । କିନ୍ତୁ କୁହାଯାଏ ଯେ ଟ୍ରେନ୍ କେବେ ଠିକ୍ ଟାଇମରେ ପହଞ୍ଚେନାହିଁ । କିନ୍ତୁ ଏକଥାକୁ ଭୁଲ୍ ପ୍ରମାଣିତ କରିଦେଖାଇଛି ରେଲୱେ  । ଆଉ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ପହଞ୍ଚାଇଛି ଯାତ୍ରୀଙ୍କୁ । ଖାଲି ସେତିକି ନୁହେଁ ସମୟରେ ପହଞ୍ଚିଥିବାରୁ ଯାତ୍ରୀମାନେ ଏତେ ଖୁସି ହୋଇଯାଇଥିଲେ ଯେ ଖୁସିରେ ନାଚିବାକୁ ଲାଗିଥିଲେ ।

ଘଟଣା ହେଉଛି ମଧ୍ୟପ୍ରଦେଶର ରତଲାମ ଷ୍ଟେସନର । ଯେଉଁଠରେ ଟ୍ରେନ୍ ୨୦ ମିନିଟ୍ ପୂର୍ବରୁ ପହଞ୍ଚିଯାଇଥିଲା । ଆଉ ଏହାକୁ ଦେଖି ଯାତ୍ରୀ ଏତେ ଖୁସି ହୋଇଯାଇଥିଲେ ଯେ ଷ୍ଟେସନରେ ନାଚିବା ଆରମ୍ଭ କରିଦେଇଥିଲେ । ଆଉ ଏହି ଡାନ୍ସର ଭିଡିଓ ରେଳମନ୍ତ୍ରୀ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ରତଲାମ ଷ୍ଟେସନରେ ପ୍ଲାଟଫର୍ମ ୬ ରେ ଯେ ଯେଉଁ ଟ୍ରେନ ପହଞ୍ଚିଥିଲା ତାହା ଧାର୍ମିକ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କୁ ନେଇ ବାହାରିଥିଲା । ଏହି ଟ୍ରେନ୍ ହେଉଛି ବାନ୍ଦ୍ରା ଟର୍ମିନସ-ହରିଦ୍ୱାର ସୁପରଫାଷ୍ଟ ଏକ୍ସପ୍ରେସ ଯାହା ବାନ୍ଦ୍ରାରୁ ହରିଦ୍ୱାର ଯାଉଥିଲା । ଆଉ ବୁଧବାର ରାତିରେ ଯେତେବେଳେ ଟ୍ରେନ୍ ଷ୍ଟେସନରେ ରତଲାମ ଷ୍ଟେସନରେ ସମୟ ପୂର୍ବରୁ ପହଞ୍ଚିଥିଲା ଏହାକୁ ଦେଖି ଟ୍ରେନରେ ଥିବା ଯାତ୍ରୀମାନେ ଖୁସିରେ ଓହ୍ଲାଇ ନାଚିବାକୁ ଆରମ୍ଭ କରିଦେଇଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.