fbpx
BJD SKY
BJD SKY

ଉଲଗ୍ନ ଅବସ୍ଥାରେ ମନ୍ଦ ଉଦ୍ଦେଶ୍ୟ ରଖି ଘରେ ପଶିଲା ଯୁବକ

BJD

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଧରାତିରେ ଉଲଗ୍ନ ଅବସ୍ଥାରେ ଅନ୍ୟ ଜଣଙ୍କ ଘରକୁ ପଶିଯାଇଛନ୍ତି ଜଣେ ଯୁବକ । ମନରେ ମନ୍ଦ ଉଦ୍ଦେଶ୍ୟ ରଖି ଘରେ ପଶିଥିବା ବେଳେ ଘଟିଗଲା କିଛି ଏମିତି ଘଟଣା, ଯାହାଦ୍ୱାରା ସବୁ ଓଲଟ ପାଲଟ ହୋଇଯାଇଛି । ଅନ୍ଧାରରେ ଘରେ ଯାଉ ଯାଉ ସାନ ନାତି ଉପରେ ପାଦ ପଡ଼ିଗଲା । ନାତିର ଚିତ୍କାରରେ ସମସ୍ତେ ଉଠିଯିବାରୁ ଯୁବକ ଜଣକ ସବୁ କିଛି ଛାଡି ଦୌଡି ପଳାଇଛି । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଥାନା ଅଧିନ ଅଣ୍ଢାଇପଲ୍ଲୀ ଗାଁରେ ଘଟିଯାଇଛି ଏଭଳି କିଛି ଅଭାବନୀୟ ଘଟଣା । ଜଣେ ଅଜଣା ବ୍ୟକ୍ତି ବିନା ବସ୍ତ୍ରରେ କାଞ୍ଚନ ଜେନାଙ୍କ ଘର ଭିତରକୁ ପଶି ଆସିଥିଲା । ରାତି ଅଧରେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଘରେ ଶୋଇତିବା କାଞ୍ଚନଙ୍କ ସାନ ନାତି ଉପରେ ଚଢି ଯାଇଥିଲା ଏହି ଯୁବକ । ତେବେ ପିଲାର ଚିତ୍କାର ଶୁଣି ପରିବାରର ସମସ୍ତ ସଦସ୍ୟ ଉଠି ପଡିଥିେଲେ ଏବଂ ଘର ଭିତରେ ଏମିତି ଏକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିନା ବସ୍ତ୍ରରେ ଜଣେ ଅଜଣା ଯୁବକଙ୍କୁ ଦେଖି ବିଶ୍ୱାସ କରି ପାରି ନଥିଲେ କାଞ୍ଚନ ଏବଂ ପରିବାର ଲୋକେ । ତେବେ ପରିସ୍ତିତିକୁ ଲକ୍ଷ୍ୟ କଲେ ଯୁବକ ଜଣକ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଘରକୁ ପଶିଥିବା କୁହାଯାଉଛି ।

ତେବେ ସମସ୍ତଙ୍କ ଚିତ୍କାର ଶୁଣି ସେଠାରୁ ନିଜ ମୋବାଇଲ ଛାଡିଧାଇଁ ପଳାଇଥିଲା ଏହି ଯୁବକ । ଏହାପରେ କାଞ୍ଚନ ଏବଂ ପରିବାର ଲୋକେ ଏ ନେଇ କେନ୍ଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରଛନ୍ତି । ଏହାସହ ଯୁବକଙ୍କ ମୋବାଇଲକୁ ପୋଲିସକୁ ଜିମା ଦେଇଛନ୍ତି । କିନ୍ତୁ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଖୋଜିବାରେ ବିଳମ୍ବ କରିବାରୁ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରବାର ଲୋକେ ।

Get real time updates directly on you device, subscribe now.