fbpx

ପିଠିରେ ପିଲା ହାତରେ ଝାଡ଼ୁ, ଏଭଳି କର୍ତ୍ତବ୍ୟ କରୁଛନ୍ତି ସଫେଇ କର୍ମଚାରୀ

ମା’ ଏହି ଶବ୍ଦ ଛୁଆ ପାଇଁ ସବୁକିଛି । ମା’ ଏହି ଶବ୍ଦରେ ଦୁନିଆ, ସେଥିପାଇଁ ତ’ କୁହାଯାଏ ମା’ ପରି କେହିନୁହେଁ । ଦଶମାସ ଦଶ ଦିନ ଗର୍ଭରେ ଧରି ମା’ ଜନ୍ମ ଦେଇଥାଏ ସନ୍ତାନକୁ । ଖାଲି ସେତିକି ନୁହେଁ ଛୁଆକୁ ପାଳିପୋଷି ବଡ଼ କରିଥାଏ, ଲାଳନ ପାଳନ ପାଇଁ ସବୁକିଛି ଜଳାଞ୍ଜଳି ଦେବାକୁ ମଧ୍ୟ ପଛାଏ ନାହିଁ ।

ତେବେ ଏହିଭଳି ଜଣେ ମା’ର ଉଦାହରଣ ଦେଖିବାକୁ ମିଳିଛି ବାରିପଦାରୁ ଆସିଥିବା ଏହି ଭିଡ଼ିଓରେ । ଭିଡିଓରେ ଆପଣ ଦେଖିପାରୁଥିବେ, କିପରି ଜଣେ ମା’ ନିଜ ସନ୍ତାନକୁ ଧରି କାମ କରୁଛନ୍ତି । କାଳେ ଛୁଆକୁ ଛାଡ଼ିଦେଇଗଲେ କିଛି ଅସୁବିଧା ହେବକି ? ହୁଏତ ଏହି ଚିନ୍ତାରେ ମା’ ତା ପୁଅକୁ ସାଙ୍ଗରେ ଧରି ବାହାରି ଆସିଛି କାମ କରିବାକୁ ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମହିଳା ଜଣକ ନିଜ ପଛରେ ତାଙ୍କ ସନ୍ତାନଙ୍କୁ ଏକ ବ୍ୟାଗ୍ ସାହାଯ୍ୟରେ ଝୁଲାଇ ରଖିଛନ୍ତି ରାସ୍ତା ସଫା କରିବାରେ ଲାଗିଛନ୍ତି । ସତରେ ଏଭଳି ମା’ଙ୍କୁ ସଲାମ୍ ଯିଏ କି ନିଜ କର୍ତ୍ତବ୍ୟ ଆଗରେ ବି ନିଜ ମାତୃତ୍ୱକୁ ଭୁଲି ନାହାଁନ୍ତି । ଭିଡିଓକୁ ଦେଖିଲେ ମାର ମମତାକୁ ଠିକ୍ ବୁଝି ହେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.